ଦିଲ୍ଲୀ:ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ସହ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଲେ । ଭୁଟାନ ଦୌରାରୁ ଫେରିଲେ ପରେ ସେ ସିଧା ଏଲଏନଜେପି ହସ୍ପିଟାଲକୁ ଯାଇ, ଆହତମାନଙ୍କ ଅବସ୍ଥା ବିଷୟରେ ଡାକ୍ତରମାନଙ୍କ ପାଖରୁ ତଥ୍ୟ ନେଲେ ।ପ୍ରଧାନମନ୍ତ୍ରୀ ମୋଦୀ ଆହତମାନଙ୍କ ସହ କଥା ହୋଇ ତାଙ୍କ ସୁସ୍ଥତା ନିମନ୍ତେ ସମସ୍ତ ସହାୟତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଲେ ।
ଦିଲ୍ଲୀ ବିସ୍ଫୋରଣ ଆହତମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶୀଘ୍ର ସୁସ୍ଥତା କାମନା
