ଦଣ୍ଡକାରଣ୍ୟର ଜୋନାଲ କମିଟି ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦାଙ୍କ ଆତ୍ମସମର୍ପଣ; ୯ ସାଥୀ ସହ ଛତିଶଗଡ଼ ପୁଲିସଙ୍କୁ ଦେଲେ ହସ୍ତାନ୍ତର
ମାଲକାନଗିରି ଅଞ୍ଚଳର ପ୍ରସିଦ୍ଧ ନକ୍ସଲ ନେତା ଏବଂ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦା ଆଜି ନିଜ ୯ ଜଣ ସାଥୀଙ୍କୁ ନେଇ ଛତିଶଗଡ଼ର ବସ୍ତର ଆଇଜି ପି. ସନ୍ଦୁରରାଜଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଲେ। ନକ୍ସଲ ସଂଗଠନ ଦୁର୍ବଳ ହେଉଥିବା ପରିପ୍ରେକ୍ଷିତରେ ଏହି ସମର୍ପଣକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣାଯାଉଛି।
