ଉପମୁକଖ୍ୟମନ୍ତ୍ରୀ ଙ୍କ ରାୟଗଡା ଗସ୍ତ ସମୟରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ରାୟଗଡା (ଅମୁଲ୍ୟ ନିଶଙ୍କ ): ଓଡିଶା ସରକାର ଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଦିନିକିଆ ରାୟଗଡା ଗସ୍ତ ରେ ଆସି ଚାନ୍ଦିଲି ସ୍ଥିତ ପୋଲିସ ଆର ଓ ପଡିଆ ଠାରେ ଅବତରଣ କରିଥିଲେ l ଏହି ସମୟରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଙ୍କୁ ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ ପି ସ୍ୱାତୀ ଏସ କୁମାର ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l
ପରେ ପରେ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, ପୂର୍ବତନ ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ କଳିରାମ ମାଝୀ, ବସନ୍ତ ଉଲାକା, ତ୍ରିନାଥ ଗମାଙ୍ଗ, ଉମେଶ ଖୋସଲା, ପ୍ରୀତମ କୁମାର, ରବି ଶଙ୍କର ଗମାଙ୍ଗ ଙ୍କ ସମତେ ବହୁ ବିଜେପି କର୍ମୀ ଚାନ୍ଦିଲି ହେଲିପେଡ ପଡିଆ ଠାରୁ ରାୟଗଡା ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ l ରାୟଗଡା ଠାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ନିମନ୍ତେ ରାମେଶ୍ୱର ଓ ମଦୁରାଇ ଅଭିମୁଖେ ଯାଉଥିବା ଟ୍ରେନ କୁ ସବୁଜ ପତାକା ଦେଖାଇ ଯାତ୍ରା ର ଶୁଭାରମ୍ଭ କରୁଥିଲେ l ପରେ ଉପମୁଖ୍ୟମନ୍ତ୍ରୀ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ମନ୍ଦିର କୁ ମା ଙ୍କ ଦର୍ଶନ କରିବା ସହିତ ମା ଙ୍କ ଆଶୀର୍ବାଦ ଭିକ୍ଷା କରି ରାୟଗଡା ର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ l କୋଣ୍ଡା ବାବୁ ଓ ବିଜେପି ସଭାପତି ଙ୍କ ନେତୃତ୍ୱ ରେ ଶତାଧିକ ଯୁବକ ଏକ ବିରାଟ ମୋଟର ସାଇକେଲ ରାଲି ରେ ମା ମଝିଘରିଆଣି ଙ୍କ ମନ୍ଦିର ଠାରୁ ସହର ର ମୁଖ୍ୟ ରାସ୍ତା ଦେଇ ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପହଂଚିଥିଲେ l ବିଜେପି ଅଫିସ ପରିସରରେ ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ, ୟାଲା କୋଣ୍ଡା ବାବୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଜ଼ିଲ୍ଲା ରୁ ଆସିଥିବା ସମସ୍ତ ମଣ୍ଡଳ ସଭାପତି ତଥା ଦଳୀୟ ନେତା କର୍ମୀ ସ୍ୱାଗତ କରିଥିଲେ l
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ରାୟଗଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସ୍ୱାଗତ–ସମ୍ବର୍ଦ୍ଧନା ଓ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ସେ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନିର୍ମାଣର ଲକ୍ଷ୍ୟ ସମ୍ପର୍କରେ ଗଭୀର ଆଲୋକପାତ କରି, ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସମାଜର ଶେଷ ପାହାଚରେ ଥିବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଥିଲେ। ସେ ପୁଣି ନିଜ ବକ୍ତବ୍ୟ ରେ କହିଥିଲେ ଯେ ଦଳରେ କିଏ ବଡ଼ କିଏ ଛୋଟ ନୁହେଁ ସମସ୍ତେ ଦଳ ପାଇଁ କାମ କରିବାକୁ ପଡିବ l ଯିଏ ଦଳ ପାଇଁ କାମ କରିବ ତାକୁ ବିଜେପି ଦଳ କେଉଁଠାରୁ ନେଇ କେଉଁଠାରେ ପହଂଚାଇବା କିଏଜାଣିପାରିବ ନାହିଁ ବୋଲି କହିଥିଲେ l
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ଦିଦି , ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଶିବ ପଟନାୟିକ , କୋରାପୁଟ ଲୋକସଭା ପାର୍ଥି ଶ୍ରୀ ମାଝୀ କାଲିରମ , ରାୟଗଡା ବିଧାୟକ ପାର୍ଥି ଶ୍ରୀ ବସନ୍ତ ଉଲ୍ଲକା , ଗୁଣୁପୁର ବିଧାୟକ ପାର୍ଥି ଶ୍ରୀ ତ୍ରିନାଥ ଗମାଙ୍ଗ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିବଶଙ୍କର ଉଲାକା ସହ ବହୁ ସଂଖ୍ୟକ ବରିଷ୍ଠ କାର୍ଯ୍ୟକର୍ତ୍ତା , ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି ଙ୍କ ସମେତ ଦେବ ଦୁଲଭ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଦଳୀୟ ଏକତା, ଦୃଢ଼ ସଂଗଠନ ଓ ଲୋକସେବାର ସଂକଳ୍ପ ସହ ଏହି କାର୍ଯ୍ୟକର୍ତ୍ତା ବୈଠକ ରାୟଗଡା ଜିଲ୍ଲାରେ ନୂତନ ଉତ୍ସାହ ଓ ଶକ୍ତି ସଞ୍ଚାର କରିଥିବା ର ଦେଖିବାକୁ ମିଳିଥିଲା l
ଦଳ କୁ ସୁଦୃଢ କରିବା ସହିତ ସଂଗଠନ କୁ ମଜବୁତ ପାଇଁ ଉପମୁଖ୍ୟମନ୍ତ୍ରୀ କୋଣ୍ଡା ବାବୁ ଙ୍କ ସହିତ କିଛି ସମୟ ନିମନ୍ତେ ଆଲୋଚନା କରିଥିବା ର ଜଣାପଡିଛି l ଏହାପରେ ଉପମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଦକ୍ଷଣ ଗୃହ ରର ସରକାର ଙ୍କ ବିଭିନ୍ନ ବିଭାଗ ର କାର୍ଯ୍ୟ ଆଗ୍ରଗତୀ ର ସମୀକ୍ଷା କରିଥିଲେ ପରେ ପରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣିଥିଲେ l ଏହାପରେ ରାୟଗଡା ରୁ ଫେରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ l
ଉପମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ଚାନ୍ଦିଲି ଠାରୁ ରାୟଗଡା ପର୍ଯ୍ୟନ୍ତ ବ୍ୟାପକ ବ୍ୟବସ୍ତା କରାଯାଉଥିଲା ଯୋଦ୍ୱାରା ରାୟଗଡା ସହର ପୋଲିସ ଛାଉଣୀ ରେ ପରିଣତ ହୋଇଥିବା ର ଦେଖିବାକୁ ମିଳିଥିଲା ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
