ଶେଷ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ୩-୧ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

“India beat South Africa by 30 runs | T20 Series 3-1”

ଅହମ୍ମଦାବାଦ: ଶେଷ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ସିରିଜକୁ ୩-୧ରେ କବଜା କରିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨୩୧ ରନର ବିଶାଳ ସ୍କୋର ତିଆରି କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦଳକୁ ଶକ୍ତ ଭିତ୍ତି ଦେଇଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା କେବଳ ୨୫ ବଲରେ ୬୩ ରନ କରି ମ୍ୟାଚକୁ ଏକପକ୍ଷୀୟ କରିଥିଲେ।

୨୩୨ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ପରେ ଦଳ ଚାପରେ ପଡିଥିଲା। କ୍ବିଣ୍ଟନ ଡିକକ୍ ସର୍ବାଧିକ ୬୫ ରନ କରିଥିଲେ, ହେଲେ ଏହା ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା।

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଘାତକ ବୋଲିଂ କରି ୪ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଥିଲେ।

ଏହି ଜୟ ସହ ଟିମ୍ ଇଣ୍ଡିଆ ସିରିଜରେ ନିଜ ପ୍ରଭୁତ୍ୱ ସ୍ପଷ୍ଟ କରିଛି।