ICC Men’s T20 World Cup ସୁପର-୮: ୫ ରନ୍‌ରେ ପାକିସ୍ତାନର ରୋମାଞ୍ଚକ ବିଜୟ

ICC Men's T20 World Cup ସୁପର-୮: ୫ ରନ୍‌ରେ ପାକିସ୍ତାନର ରୋମାଞ୍ଚକ ବିଜୟ

ICC Men’s T20 World Cup ସୁପର-୮: ୫ ରନ୍‌ରେ ପାକିସ୍ତାନର ରୋମାଞ୍ଚକ ବିଜୟ

ଟି-୨୦ ବିଶ୍ବକପ୍‌-୨୦୨୬ର ସୁପର-୮ ମୁକାବିଲାରେ ପାକିସ୍ତାନ ଶ୍ରୀଲଙ୍କାକୁ ୫ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ଉଇକେଟ୍‌ ହାରାଇ ୨୧୨ ରନ୍‌ ସଂଗ୍ରହ କଲା। Shahibzada Farhan ଜୋରଦାର ଶତକ ହାସଲ କରି ୯ଟି ଚୌକା ଓ ୫ଟି ଛକା ମାରି ଦଳକୁ ମଜବୁତ ଭିତି ଦେଲେ। ଅନ୍ୟପଟେ Fakhar Zaman ୪୨ ବଲ୍‌ରୁ ୮୪ ରନ୍‌ କରିଥିଲେ, ଯାହାରେ ୯ଟି ଚୌକା ଓ ୪ଟି ଛକା ଥିଲା।୨୧୩ ରନ୍‌ର ଲକ୍ଷ୍ୟ ପଛୁଆ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ୍‌ ହାରାଇ ୨୦୭ ରନ୍‌ ପର୍ଯ୍ୟନ୍ତ ପହଞ୍ଚିଲା। ଶେଷ ଓଭରରେ ମ୍ୟାଚ୍‌ ରୋମାଞ୍ଚକ ହୋଇଯାଇଥିଲା, କିନ୍ତୁ ପାକିସ୍ତାନ ୫ ରନ୍‌ରେ ବିଜୟ ହାସଲ କଲା।ଏହି ବିଜୟ ସହ ପାକିସ୍ତାନ ସୁପର-୮ ପର୍ଯ୍ୟାୟରେ ତାଙ୍କ ସ୍ଥିତିକୁ ଆହୁରି ମଜବୁତ କରିଛି।