ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାରଉପମୁଖ୍ୟମନ୍ତ୍ରୀ ହୋଇ ଶପଥ ନେଲେ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀପଟନା, ବିହାର:ବିହାରରେ ଆଜି ଏକ ପ୍ରମୁଖ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଲା। ଜେଡିୟୁ ନେତା ନୀତୀଶ କୁମାର ଆଜି ପୁନର୍ବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ବିଶେଷ ଅନୁଷ୍ଠାନରେ ରାଜ୍ୟପାଳଙ୍କ ସମ୍ମୁଖରେ ସେ ଶପଥ ନିଅନ୍ତି।ଏହା ସହିତ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ନୂତନ ମହାଗଠବନ୍ଧନ ସମୀକରଣରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।ସମାରୋହରେ ବିଭିନ୍ନ ଦଳର ଶୀର୍ଷ ନେତାମାନେ, ଉଚ୍ଚପଦସ୍ଥ ଅଧିକାରୀମାନେ ଓ ଅନେକ ଅତିଥିମାନେ ଉପସ୍ଥିତ ଥିଲେ। ନୀତୀଶ କୁମାରଙ୍କ ଏହି ନୂତନ ମେୟାଦକୁ ବିହାରର ରାଜନୀତିରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଦେଖାଯାଉଛି।
ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାରଉପମୁଖ୍ୟମନ୍ତ୍ରୀ ହୋଇ ଶପଥ ନେଲେ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ

