ହିମାଚଳପ୍ରଦେଶର ସିରମୌରରେ ବିଶାଳ ଭୂସ୍ଖଳନ: ନୌହରାଧାର ଚୌକର ଗ୍ରାମରେ ୫ ଜଣ ସୁରକ୍ଷିତ, ଭିଡିଓ ଭାଇରାଲ୍

ହିମାଚଳପ୍ରଦେଶର ସିରମୌର ଜିଲ୍ଲାର ନୌହରାଧାର ଅଞ୍ଚଳର ଚୌକର ଗ୍ରାମରେ ବିଶାଳ ଭୂସ୍ଖଳନ। ୫ ଜଣ ଲୋକ ସୁରକ୍ଷିତ। ଘଟଣାର ଭିଡିଓ ଭାଇରାଲ୍।

ନୂଆଦିଲ୍ଲୀ | ୭ ସେପ୍ଟେମ୍ବର ୨୦୨୫ହିମାଚଳପ୍ରଦେଶରେ ପୁଣିଥରେ ଭୂସ୍ଖଳନ ଆତଙ୍କ ଖେଳାଇଦେଇଛି। ସିରମୌର ଜିଲ୍ଲାର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି ବଡ଼ ଧରଣର ଭୂସ୍ଖଳନ ହୋଇ ପର୍ବତର ବିଶାଳ ଅଂଶ ଭୁଶୁଡ଼ିଯାଇଛି।ଭୂସ୍ଖଳନ ଏବଂ ପାହାଡ଼ ଧସିବାରୁ ନିକଟରେ ଅନେକ ଘର ଏବଂ ଲୋକମାନେ ବିପଦରେ ଅଛନ୍ତି। କର୍ତ୍ତୃପକ୍ଷଙ୍କ କଥାନୁସାରେ, ଦୁର୍ଘଟଣା ସମୟରେ ସେଠାରେ ୫ ଜଣ ଉପସ୍ଥିତ ଥିଲେ, କିନ୍ତୁ ସୌଭାଗ୍ୟବସତଃ ସମସ୍ତେ ସୁରକ୍ଷିତ।ଏହି ଭୂସ୍ଖଳନର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ, ହଠାତ୍‌ ଭୂମିତଳୁ ପାଣିର ପ୍ରଖର ସ୍ରୋତରେ ଭୂମି ଫାଟିଯାଇ, କିଛି ସେକେଣ୍ଡ୍‌ରେ ଗଛପାଳା ସହ ସବୁକିଛି ଭାସିଯାଉଛି।