Badambadi bus accident: କଟକ ବାଦାମବାଡ଼ି ଥାନା ଅଧୀନ ମଲାଚଣ୍ଡିଆ ଛକ ଓ ବାଦାମବାଡ଼ି ଟ୍ରାଫିକ ଅଞ୍ଚଳ ମଧ୍ୟରେ ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଛି।
କଟକ:ବାଦାମବାଡ଼ି ଥାନା ଅଧୀନ ମଲାଚଣ୍ଡିଆ ଛକ ଓ ବାଦାମବାଡ଼ି ଟ୍ରାଫିକ ଅଞ୍ଚଳ ମଧ୍ୟରେ ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଛି।
ବସ୍ ଚାଳକଙ୍କ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଏହି ଦୁର୍ଘଟଣାରେ ଜଣେ ପଥଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବସ୍କୁ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।ଲୋକଙ୍କ ଅକ୍ରୋଶରୁ ବଞ୍ଚିବା ପାଇଁ ବସ୍ର ଚାଳକ ଓ କର୍ମଚାରୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ସୂଚନା ମିଳିଛି।
ଖବର ପାଇ ବାଦାମବାଡ଼ି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶାନ୍ତି ରକ୍ଷା କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
