ଟିକାବାଲି ବ୍ଲକ ର ବିଭିନ୍ନ ଚର୍ଚ୍ଚ ରେ ବଡ଼ଦିନ ଉପଲକ୍ଷେ ଧୂମଧାମ ରେ ପାଳନ
ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ର ୧୧ଟି ଗ୍ରାମପଞ୍ଚାୟତର ବିଭିନ୍ନ ମଣ୍ଡଳୀରେ ପବିତ୍ର ଖ୍ରୀଷ୍ଟମାସ ବଡ଼ ଦିନ ଉପଲକ୍ଷେ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଓ ଭଉଣୀ ଯୀଶୁ ଙ୍କ ଜନ୍ମଦିନକୁ ଧୂମଧାମ ରେ ପାଳନ କରିଥିବା ଦେଖିବାକୁ ମିଳିଛି l ପୂର୍ବ ରାତ୍ର ରେ ଯୀଶୁ ଙ୍କ ଜନ୍ମ ସମୟ କୁ ଉଜାଗର ରେ ସ୍ମୃତି ସ୍ମରଣ କରି ସକାଳ ପର୍ଯ୍ୟନ୍ତ ଗୀତ ନାଚ ରେ ଜନ୍ମ ଦିନ ପାଳନ ହୋଇଯାଇଛି l ସେହିପରି ପ୍ରତ୍ୟେକ ମଣ୍ଡଳୀ ବା ଚର୍ଚ୍ଚ ରେ ଉଭୟ ଭାଇ ଓ ଭଉଣୀ ମେରୀ ଖ୍ରୀଷ୍ଟ ମାସ ପରସ୍ପର ମଧ୍ୟରେ ଆନନ୍ଦ ର ସହିତ ଶୁଭେଚ୍ଛା ଶୁଭକାମନା ଜଣେଇ ଖୁସି ମନେଇ ଥିବା ଦେଖିବାକୁ ମିଳିଛି l ଏହି ପବିତ୍ର ବଡ଼ ଦିନ ପାଳନ ଅବସରରେ ପ୍ରତ୍ୟେକ ଚର୍ଚ୍ଚ କୁ ଲାଇଟ ଆଲୋକ ମାଳା ରେ ସୁ ସାଜିତ କରିଥିବା ଦେଖିବାକୁ ମିଳିଛି l ଈଶ୍ୱର ଙ୍କୁ ଧନ୍ୟବାଦ ଦେବା ସହିତ ଖ୍ରୀଷ୍ଟିଆନ ଭାଇ ଓ ଭଉଣୀ ଙ୍କ ମଧ୍ୟରେ ଦୃଡ଼ ବିଶ୍ୱାସ ଯେ ପ୍ରଭୁ ଯୀଶୁ ଧରା ରେ ଅବତରଣ କରିଛନ୍ତି l
ପ୍ରଭୁ ଯୀଶୁ ଙ୍କୁ ଭେଟିବା ପାଇଁ ଏକ ତାରା ର ସନ୍ଧାନ ରେ ପଣ୍ଡିତଗଣ ସୁନା କୁନ୍ଦୁରୁ, ଗନ୍ଦରସ ନେଇ ଭେଟିବା ପାଇଁ ଯାଇଥିବା ପବିତ୍ର ଶାସ୍ତ୍ର ବାଇବଲ ପ୍ରକାଶ କରିଥିବା ଖ୍ରୀଷ୍ଟ ବିଶ୍ୱାସୀ ଙ୍କ ମତ l ଭାଇ ଓ ଭଉଣୀ ଏହି ପବିତ୍ର ବଡ଼ ଦିନ ପର୍ବ ଠାରୁ ଆସନ୍ତା ୧ତାରିଖ ପର୍ଯ୍ୟନ୍ତ ଉତ୍ସବ ପାଳନ କରିଥାନ୍ତି l ଏହା ଖ୍ରୀଷ୍ଟିଆନ ଭାଇ ଓ ଭଉଣୀ ଙ୍କ ପାଇଁ ଏକ ଆନନ୍ଦ ର ପର୍ବ ବା ଗୌରବ ପର୍ବ ଅଟେ l ଏହି ଦିନରେ ମଣ୍ଡଳୀ ର ପାଳକ ଏବଂ ଚର୍ଚ୍ଚ ରେ ଯୀଶୁ ଜନ୍ମ ଦିନ ର ସୁଷମା ଚାର ପ୍ରଚାର କରୁଥିବା ଫାଦର ପ୍ରିୟ ଦାସ ଦାସୀ ଙ୍କ ପାଇଁ ଆନନ୍ଦ ଜନକ ସୁଷମା ଚାର ଘୋଷଣା କରିଥାନ୍ତି l ଆଜି ର ଦିନରେ ଈଶ୍ୱର ଙ୍କ ସନ୍ତାନ ଭାଇ ଓ ଭଉଣୀ ସମସ୍ତ ଙ୍କ ପାଇଁ ପରସ୍ପର ପ୍ରତି ପ୍ରେମ ରେ ସର୍ବଦା ହସ ଖୁସି ରେ ଦିନ କାଟିବା ପାଇଁ ସାମୁହିକ ପ୍ରାର୍ଥନା କରିଥାନ୍ତି l
