ଚନ୍ଦାହାଣ୍ଡିରେ ହୃଦୟବିଦାରକ ଟ୍ରାକ୍ଟର ଦୁର୍ଘଟଣା, ୫ ବର୍ଷର ଶିଶୁର ମୃତ୍ୟୁ

ଚନ୍ଦାହାଣ୍ଡିରେ ହୃଦୟବିଦାରକ ଟ୍ରାକ୍ଟର ଦୁର୍ଘଟଣା, ୫ ବର୍ଷର ଶିଶୁର ମୃତ୍ୟୁ

ଚନ୍ଦାହାଣ୍ଡିରେ ହୃଦୟବିଦାରକ ଟ୍ରାକ୍ଟର ଦୁର୍ଘଟଣା, ୫ ବର୍ଷର ଶିଶୁର ମୃତ୍ୟୁ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କୁହୁଡ଼ି ଗ୍ରାମରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଧକ୍କାରେ ଏକ ୫ ବର୍ଷର ନିର୍ଦୋଷ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ସୂଚନାନୁସାରେ, କୁହୁଡ଼ି ଗ୍ରାମର ଶ୍ରୀଧର ଗୌଡ଼ଙ୍କ ୫ ବର୍ଷର ପୁଅ ଥବିର ଗୌଡ଼ ଗାଁ ଦାଣ୍ଡରେ ଏକ ଛୋଟ ସାଇକେଲ ଚଳାଇ ଖେଳୁଥିଲେ।

ଖେଳୁଥିବା ସମୟରେ ସେ ହଠାତ୍ ରାସ୍ତାକୁ ଆସିବା ବେଳେ ରାସ୍ତାରେ ଆସୁଥିବା ଏକ ଟ୍ରାକ୍ଟରର ପଛ ଚକ ତଳେ ପଡ଼ିଯାଇଥିଲେ। ଟ୍ରାକ୍ଟରର ଚକ ତଳେ ଚାପି ହୋଇ ଶିଶୁଟି ଘଟଣାସ୍ଥଳରେ ପ୍ରାଣ ହାରାଇଥିଲା।ଖବର ପାଇ ଚନ୍ଦାହାଣ୍ଡି ଥାନାର ଏଏସଆଇ ଲାବନ୍ୟ ବେମାଲ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।

ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।ଘଟଣାରେ ଜଡିତ ଟ୍ରାକ୍ଟରଟି କୁହୁଡ଼ି ଗ୍ରାମର ରମେଶ ମାଝୀଙ୍କର ହୋଇଥିବା ବେଳେ, ପୋଲିସ ଟ୍ରାକ୍ଟରକୁ ଜବତ କରି ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ତଦନ୍ତ ଅଧିକାରୀ ଏଏସଆଇ ବେମାଲ ସୂଚନା ଦେଇଛନ୍ତି।ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର କୁହୁଡ଼ି ଗ୍ରାମରେ ଶୋକର ଛାୟା ଛାଇଯାଇଛି।