ବ୍ରାଜିଲ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରଙ୍କୁ ୨୭ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛି ବ୍ରାଜିଲ ସୁପ୍ରିମକୋର୍ଟ।୨୦୨୨ ମସିହାର ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସତ୍ତ୍ୱେ, ବୋଲସୋନାର କ୍ଷମତା ଛାଡ଼ିବାକୁ ଇଚ୍ଛୁକ ନ ଥିବା ଓ ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଦୋଷୀ ଠାରୁଆଯାଇଛନ୍ତି।ଦୀର୍ଘ ଅନୁସନ୍ଧାନ ଓ ଶୁଣାଣି ପରେ, ସୁପ୍ରିମକୋର୍ଟ ବୋଲସୋନାରଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଗୁରୁତର ଦଣ୍ଡାଦେଶ ଦେଇଛି। ବୋଲସୋନାର ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ଼ ସମର୍ଥକ ବୋଲି ଜଣାଶୁଣା।
Brazil’s Former President Bolsonaro Sentenced to 27 Years in Prison
