ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ-୨୦୨୫ କାର୍ଯ୍ୟକ୍ରମ ପାଳିତ ।ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ-୨୦୨୫ କାର୍ଯ୍ୟକ୍ରମ ପାଳିତ ।

ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ-୨୦୨୫ କାର୍ଯ୍ୟକ୍ରମ ପାଳିତ ।

ଗଜପତି(୨୮/୯/୦୨୫/ମନୋଜ ପାଢୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ ୨୦୨୫ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ସିଡିଏମଓ: ଡ଼ାଃ ମୁବାରକ ଅଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଆଶାକର୍ମୀ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଯୋଗଦେଇ ଜଳାତଙ୍କ ଶୋଭାଯାତ୍ରାରେ ସାମିଲ ଥିଲେ ।
ଏହି ଅବସରରେ ସିଡିଏମଓ: ଡ଼ାଃ ମହମ୍ମଦ ମୁବାରକ ଅଲ୍ଲୀ କହିଥିଲେ ଯେ , ଜନସାଧାରଣଙ୍କୁ ଜଳାତଙ୍କ ରୋଗ ଉପରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ । କୁକୁର , ମାଙ୍କଡ , ବିରାଡ଼ି , ନେଉଳ କିମ୍ବା ଅନ୍ୟ କୌଣସି ବନ୍ୟ ପ୍ରାଣୀ କାମୁଡ଼ିଲେ ସେହି ସ୍ଥାନକୁ ସାବୁନ ଓ ପାଣିରେ ଭଲଭାବେ ଧୋଇଦେବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଜଳାତଙ୍କ ପ୍ରତିଷେଧକ ଟୀକା ନିଅନ୍ତୁ , ଏହି ଟୀକା ସମସ୍ତ ଚିକିତ୍ସାଳୟରେ ଉପଲବ୍ଧ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଏପିଡେମିଓଲୋଜିଷ୍ଟ ଶ୍ରୀମତୀ ସାବିତ୍ରୀ ରାଉତ , ଆଇଡିଏସପି ପରିଚାଳକ ଶ୍ରୀ ତୁଷାର କାନ୍ତ ପଟ୍ଟନାୟକ , ଜିଲ୍ଲା ସୁପର ଭାଇଜର ଶ୍ରୀ ଜି:ଆର:କେ: ନାଇଡୁ , ଗୋଷାଣୀ ବିପିଏମ: ଶ୍ରୀ ଏମ: ଖଗେଶ ପ୍ରମୁଖ ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *