ବୁର୍ବିନାଜୁ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀସେବା କେନ୍ଦ୍ରଠାରେ ଭ୍ରାମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀସେବା କେନ୍ଦ୍ର ଠାରେ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନଙ୍କ ଅଧ୍ୟକ୍ଷ ତାରେ ଏକ ଦିନିକିଆ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିର ରେ ମୁଖ୍ୟ ଅତିଥିଭାବେ ଜି.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଥିବାବେଳେ ଟିକାବାଲି ପୋଲିସ ବିଭାଗର ପଞ୍ଚାନନ ମଳିକ ସହିତ ଥାନାର ଅନ୍ୟାନ୍ୟ କର୍ମଚାରି ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା ଚନ୍ଦନ ପଣ୍ଡା, ବିଧାୟକ ପ୍ରତିନିଧି ସାରଙ୍ଗଧର କହଁର ଉପସ୍ଥିତ ଥିଲେ l ସୂଚନା ଅନୁସାରେ ଓଡିଶାର ଏକ ଅଗ୍ରଣୀ ସ୍ପେଛା ସେବୀ ଅନୁଷ୍ଠାନ କ୍ଲାପ ନାମକ କାର୍ଯ୍ୟାଳୟ ପ୍ଲଟ ନଂ- 367ସେକ୍ଟର -06,ମର୍କତ ନଗର କଟକ ସ୍ଥିତ ଏକ ଅନୁଷ୍ଠାନ ର ଅଭିଜ୍ଞ ଓ ଆଇନ ବିଶାରଦ ମାନଙ୍କ ଉଦ୍ୟମ ରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଯାହାର ଲକ୍ଷ ଗରୀବ, ନିରୀହ, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଜନସାଧାରଣ ଆଇନ କାନୁନ ଉପରେ ସଚେତନତା ହେବେ ନିଜର ସାମ୍ବିଧାନିକ ଅଧିକାର କୁ ସାବ୍ୟସ୍ତ କରିପାରିବେ,ସେନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ରାଇକିଆ, ଜି ଉଦୟଗିରି, କ. ନୂଆଗାଁ, ଟିକାବାଲି ଅଞ୍ଚଳ ର ଜନସାଧାରଣ ଏକାଠି ହୋଇ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଗୁଡ଼ିକ ନେଇ ଆସିଥିଲେ lବିଶେଷ କରି ବୁର୍ବିନାଜୁ ଗ୍ରାମପଞ୍ଚାୟତ ର ଲୋକେ ଜଳ କର ଦେଉଛନ୍ତି କିନ୍ତୁ ପାଣି ଟପାଏ ଚାଷ ଜମିକୁ ଆସୁନି l ଏବଂ ବସୁଧା ଯୋଜନାରେ କୋଟି କୋଟି ଟଙ୍କାବିନିମୟରେ ଟାଙ୍କି ନିର୍ମାଣ ହୋଇଛି କିନ୍ତୁ ଲୋକେ ପାଣି ପାରୁନାହାନ୍ତି, ସେହିପରି ଆଜିପର୍ଯ୍ୟନ୍ତ ପାବୁରିଆ ଗ୍ରାମପଂଚାୟତ ଅନ୍ତର୍ଗତ ଡ଼ଣ୍ଡେରୀ ଗାଁ କୁ ବିଜୁଳି ପହଂଚି ପାରିନି, ଏବଂ ବହୁତ ଗରୀବ ଲୋକ ଅଛନ୍ତି ଯାହାର ରେସନ କାର୍ଡ ରେ ନାମ ସଂଯୋଗ ହୋଇପାରୁନି ତ ଆଉ କାହାର ଆବାସ ଯୋଜନାରେ ଘର ଟିଏ ନାହଁ ତ ଆଉ କିଏ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତାଟିଏ ପାଇବାରୁ ବଞ୍ଚିତ ଅଛନ୍ତି l ସେସମସ୍ତ ଆଇନ ଗତ ସମସ୍ୟା ର ସ୍ଥାୟୀ ସମାଧାନ ନିମନ୍ତେ ଉପଦେଶ ଦିଆଯିବା ସହିତ ଆବଶ୍ୟକ ପରବର୍ତ୍ତୀ ପର୍ଯ୍ୟାୟରେ ମାଗଣା ଆଇନ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି କ୍ଲାପ ପକ୍ଷରୁ ବିଜୟଶ୍ରୀ ବାରିକ କହିଥିଲେ l ଶିବିର ରେ ଉପସ୍ଥିତ ଆଇନଜୀବି ବିଜୟ କୁମାର ମିଶ୍ର, ବିଜୟ କୁମାର ପଣ୍ଡା, ଚନ୍ଦ୍ରଦେବ ପୁରୋହିତ, ପ୍ରିୟଦର୍ଶନୀ ବିଶ୍ୱାଳ,ପ୍ରମୁଖ ଉପସ୍ଥିତ ରହି ସମସ୍ତ ମାମଲାର ଶୁଣାଣି କରି ଓଡିଶା ର ଉଚ୍ଚନ୍ୟାୟଳୟ କୁ ନେବା ପାଇଁ ମାମଲା ଗୁଡ଼ିକ ର କାଗଜ ପତ୍ର ସଂଗ୍ରହ କରିଥିଲେ l ପରେ ଜି ଉଦୟଗିରି ଉପ-କାରାଗାର ପରିଦର୍ଶନ କରି କଇଦି ମାନଙ୍କ ସହିତ ଏକ ପୁଙ୍ଖା ନୁ ପୁଙ୍ଖ ଭାବରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସେଥିରେ ମୋଟ 68 କଇଦି ମାନଙ୍କ ମଧ୍ୟରୁ 19 ଜଣ ବିଭିନ୍ନ ଦଣ୍ଡ ରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ର ଉଚ୍ଚ ନ୍ୟାୟଳୟ ରେ ଅପିଲ ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି, ଏହା ସହିତ ଅନ୍ୟ କଇଦି ଙ୍କୁ କିପରି ଜାମିନ ମିଳିପାରିବ ସେନେଇ ମଧ୍ୟ ଆଲୋଚନା କରାଯଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ଟିକୁପୂର୍ଣ୍ଣ ମାତ୍ରା ରେ ସଫଳ କରିବା ପାଇଁ ସ୍ଥାନୀୟ ଲୋକସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ କର୍ମ କର୍ତ୍ତା ସଂଜୀବ ଦିଗାଲ, ସସ୍ମିତା ମଳିକ, ସାରଳା ପ୍ରଧାନ, ପ୍ରଣିତା ଦିଗାଲ, ପ୍ରମୋଦା ନାୟକ, ଶାନ୍ତିଲତା ନାୟକ,ରିତା ପ୍ରଧାନ, ଟିକାବାଲି ବ୍ଲକ ସଭାନେତ୍ରୀ ଉର୍ମିଳା ପ୍ରଧାନ, ସମ୍ପାଦକ କରମ ଚାନ୍ଦ ପ୍ରଧାନ ସହଯୋଗ କରିଥିବା ଦେଖିବାକୁ ମିଳିଛି l