ଟିକାବାଲି କଲେଜେରେ ଇତିହାସ ବିଭାଗର ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନା କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟ ରେ ଇତିହାସ ବିଭାଗ ତରଫରୁ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ସଭାପତିତ୍ୱ କରି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥିଭାବେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ଥିବାବେଳେ ମୁଖ୍ୟ ଆଲୋଚକ ଭାବେ ଗଞ୍ଜାମ ଜିଲ୍ଲା ଧରାକୋଟ ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼. ସୁଜିତ କୁମାର ପଣ୍ଡା ଯୋଗଦେଇ ପାଠଚକ୍ର ର ଶୀର୍ଷକ କଳିଙ୍ଗଯୁଦ୍ଧ ଏକ ଐତିହାସିକ ଅନୁସନ୍ଧାନ କୁନେଇ ନୂତନ ତଥ୍ୟ ଉପସ୍ଥାପନା କରିଥିଲେ l ଅଧ୍ୟାପିକା ଶ୍ରାବଣୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥଲେ l ଅଧ୍ୟାପକ ବନମାଳୀ ବେହେରା, ନରେନ୍ଦ୍ର ଡିଗାଲ ବିରୁପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ, ରମେଶ ଚନ୍ଦ୍ର ସାହୁ, ବିରୂପାକ୍ଷ ମିଶ୍ର , ଶଙ୍କର ପାଢ଼ୀ ରାହୁଲ ଡିଗାଲ, ମନୋଜ ଭୋଇ ଅଧ୍ୟାପିକା ସ୍ମୃତି ରେଖା ନାୟକ, ସ୍ମିତା ରାଣୀ ସାହୁ ଯୋଗଦେଇଥିଲେ ଅଧ୍ୟାପିକା ସନ୍ଧ୍ୟାରାଣୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରୀ ଯତିମା କହଁର, ଚାନ୍ଦିନୀ ସାହୁ, ଯସ୍ମିନ ପ୍ରଧାନ, ସନ୍ଦର୍ଭ ପାଠ କରିଥିଲେ, ଛାତ୍ର ଦିନେଶ କହଁର, ଶ୍ରୀରାମ ପ୍ରଧାନ, ରୁବେନ, ଗୋଲକ, ପ୍ରଜ୍ଞାନନ୍ଦ, ସାବନ, ସୁହାନି ସହଯୋଗ କରିଥିଲେ l
ଟିକାବାଲି କଲେଜେରେ ଇତିହାସ ବିଭାଗର ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନା
