ବିଦେଶ ଗସ୍ତ ରୁ ଫେରିଥିବା ନୃତ୍ୟ ଶିଳ୍ପୀ ମାନଙ୍କୁ ଉଚ୍ଛ୍ବସ୍ଵିତ ସମ୍ବର୍ଦ୍ଧନା ତଥା ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ।

ବିଦେଶ ଗସ୍ତ ରୁ ଫେରିଥିବା ନୃତ୍ୟ ଶିଳ୍ପୀ ମାନଙ୍କୁ ଉଚ୍ଛ୍ବସ୍ଵିତ ସମ୍ବର୍ଦ୍ଧନା ତଥା ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ।
Spread the love

ବିଦେଶ ଗସ୍ତ ରୁ ଫେରିଥିବା ନୃତ୍ୟ ଶିଳ୍ପୀ ମାନଙ୍କୁ ଉଚ୍ଛ୍ବସ୍ଵିତ ସମ୍ବର୍ଦ୍ଧନା ତଥା ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ।

ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର ପରିସରରେ ପାରଳା ସହର ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର”ର ଛାତ୍ରୀ ମାନଙ୍କୁ ସେମାନଙ୍କ ବିଦେଶ ଗ୍ରସ୍ତରୁ ଫେରିଥିବା ଅବସରରେ ଉଛତ୍ସିତ ସମ୍ଭର୍ଦ୍ଧନା ପ୍ରଦାନ କରାଯିବା ସହ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ଶ୍ରୀଜଗନ୍ନାଥ ଓଡ଼ିଶୀ କଲାକେନ୍ଦ୍ର ନୃତ୍ୟାନୁଷ୍ଠାନ ର ନୃତ୍ୟଶିଳ୍ପୀ ମାନେ ଏଠାରୁ ଗତ ୯ ତାରିଖ ଦିନ ସୁଦୂରଦୁବାଇ ଗସ୍ତ କରି ସେଠାକାର “ଆଜିୟାଲ ହଲ୍” ଠାରେ ହିନ୍ଦୁସ୍ତାନ୍ ଆର୍ଟ ଏଣ୍ଡ୍ ମ୍ଯୁଜିକ୍ ସୋସାଇଟି ଦ୍ବାରା ସେଠାରେ ଆୟୋଜିତ ୫୬୧ତମ ଆନ୍ତର୍ଜାତିକ ଭାରତୀୟ କଳା ଓ ସଂସ୍କୃତି ପ୍ରତିଯୋଗିତା ଓ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଓଡ଼ିଶାର ସୁନାମଧନ୍ୟ ଆନ୍ତର୍ଜାତିକ ଓଡ଼ିଶୀ ନୃତ‍୍ୟ ଗୁରୁ ଡ଼ଃ ଗଜେନ୍ଦ୍ର ପଣ୍ଡା’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦୁବାଇ ଗସ୍ତରେ ଅନୁଷ୍ଠାନର ଶିଷ୍ଯା ବିଷ୍ଣୁପ୍ରିୟା ମଣ୍ଡଳ , ଅନ୍ୱେଷା ରଥ , ଅନୌଷ୍କା ଅନହିତା ସାହୁ , ତନୀଷା ବେବର୍ତ୍ତା , ଲିସାରାଣୀ ପାଢ଼ୀ ଦଳଗତ ପଲ୍ଲୀ ନୃତ‍୍ୟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ମାନଙ୍କ ମନମୁଗଧ କରି ଦେଇଥିଲେ ।

ଏହି ଆନ୍ତର୍ଜାତୀୟ ନୃତ୍ୟ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଅନୌଷ୍କା ଅନହିତା ସାହୁ ପ୍ରଥମ ସ୍ଥାନ ଓ ତନୀଷା ବେବର୍ତ୍ତା ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗ ଓଡ଼ିଶୀ ନୃତ‍୍ୟରେ ବିଷ୍ଣୁପ୍ରିୟା ମଣ୍ତଳ ଓ ଅନ୍ବେଷା ରଥ ଦ୍ବିତୀୟ ସ୍ଥାନ , ଲୋକନୃତ‍୍ୟରେ ଲିସାରାଣୀ ପାଢ଼ୀ ପ୍ରଥମ ସ୍ଥାନ ଅଧକାର କରିଥିଲେ ।ଅନ୍ୟପକ୍ଷରେ ଏହି ଅନୁଷ୍ଠାନର ନୃତ‍୍ୟ ନିର୍ଦ୍ଦେଶିକା ଗୁରୁ ଡ଼ି.ପ୍ରିୟଙ୍କା’ଙ୍କୁ ସେଠାରେ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରା ଯାଇଥିଲା ।ସେହି ଅବସରରେ ଆଜି ଏହି କଳାକାର ମାନଙ୍କୁ ସହରର ବୁଦ୍ଧିଜୀବୀ , କଳାପ୍ରେମୀ , ଶିକ୍ଷକ , ଶିକ୍ଷୟତ୍ରୀ , ସର୍ବୋପରି ଜନସାଧାରଣ ଏକାଠି ହୋଇ ବିଦେଶରେ ସଦ୍ୟ ନୃତ୍ୟ ପ୍ରଦର୍ଶନ କରି ନିଜ ସହରକୁ ଫେରିଥିବା ଶିଳ୍ପୀ ମାନଙ୍କୁ ପୁନଃ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ।ଅନୁଷ୍ଠାନର ଉପଦେଷ୍ଟା ଆଦର୍ଶ ଦାସ ବିଦେଶ ଗ୍ରସ୍ତ ସମ୍ପର୍କରେ ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମର ସଭାପତି ଭାବରେ ନିଜର ବକ୍ତବ୍ୟ ରଖିଥିଲେ।ସମଗ୍ର ଅଭିନନ୍ଦନ ମହୋତ୍ସବ କାର୍ଯ୍ୟକ୍ରମକୁ ଅରୁପାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ। ବିଦେଶ ଗସ୍ତରୁ ଫେରିଥିବା ସମସ୍ତ ଛାତ୍ରୀ ନିଜ ନିଜର ବିଦେଶ ଗ୍ରସ୍ତର ଅନୁଭୂତି ଅଭିଜ୍ଞତା ସମ୍ପର୍କରେ କହିଥିଲେ।ସେହିଭଳି ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା , ନୃତ୍ୟ ନିର୍ଦ୍ଦେଶିକା ଡି.ପ୍ରିୟଙ୍କା , ଗୁରୁ ରଘୁନାଥ ପାତ୍ର , କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ , ବାଳକୃଷ୍ଣ ପାଣିଗ୍ରାହୀ ପ୍ରଭୃତି ନିଜ ନିଜର ବକ୍ତବ୍ୟ ମଧ୍ୟମରେ ଶିଶୁ କଳାକାର ମାନଙ୍କୁ ଉତ୍ସାହିତ ଓ ଅଭିନନ୍ଦନ ଜଣାଇଥିଲେ।ଶେଷରେ ଅଧ୍ୟାପିକା ସ୍ମିତା ଗୌଡ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।