କେନ୍ଦୁନାଳ ଠାରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ।
ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ କୁରୁଗୁବା ନିକଟସ୍ଥ କେନ୍ଦୁନାଳ ଠାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ମୃତ ଯୁବକ ଜଣଙ୍କ ହେଲେ ପାରଳାଖେମୁଣ୍ଡି ସହର ବକ୍ସି ସାହିର ୪୦ ବର୍ଷୀୟ ଶିଶିର କୁମାର ଦେବସର୍ମା ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁସାରେ ଦେବଶର୍ମା ଗତ କାଲି ରାମଗିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ, ଦେଖିସାରି ରାତ୍ର ସମୟରେ ପାରଳାଖେମୁଣ୍ଡି ଫେରୁ ଥିବା ବେଳେ କୌଣସି କାରଣରୁ ସେ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ। ସେ ନିଜେ ସ୍କୁଟି ରୁ ପଡ଼ିଲେ ନା ଅନ୍ୟ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଜିରାଙ୍ଗ ପୁଲିସ ବିଟ ହାଉସ ଥାନା ଅଧିକାରୀ ASI KV ରାମନା ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ଜାଣିବାକୁ ମିଳିଛି। ତଦନ୍ତ ପରେ ହିଁ ସଠିକ୍ ସୂଚନା ମିଳିବ ବୋଲି ଆଜି ଦଶଟା ବେଳେ ପୋଲିସ ପକ୍ଷରୁ କୁହା ଯାଇଛି।

