ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ଦାୟିତ୍ୱ ଗ୍ରହଣ; ବର୍ବରତା ଘଟଣାରେ ତଦନ୍ତ ଆରମ୍ଭ

କାଠମାଣ୍ଡୁ: ନେପାଳରେ ଚାଲୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ୧୪ ସେପ୍ଟେମ୍ବର (ରବିବାର) ସିଂହଦରବାରରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ପଦଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ ‘ଆକ୍ସନ ମୋଡ୍’ରେ ଆସି, ଯୁବବର୍ଗଙ୍କ ଉପରେ ହୋଇଥିବା ବର୍ବରତାର ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି।କଠୋର ଭାବରେ କାର୍କି କହିଛନ୍ତି, “ମୁଁ ଏବଂ ମୋ ଦଳ କ୍ଷମତାର ସ୍ୱାଦ ଚାଖିବାକୁ ଆସିନାହୁଁ। ଆମେ ଛଅ ମାସରୁ ଅଧିକ ସମୟ ରହିବୁ ନାହିଁ। ଆମେ ନୂତନ ସଂସଦକୁ ଦାୟିତ୍ୱ ହସ୍ତାନ୍ତର କରିବୁ। ଆପଣମାନଙ୍କ ସହଯୋଗ ବିନା ସଫଳତା ସମ୍ଭବ ନୁହେଁ।”