ମୋହନା ବ୍ଲକ ଅଞ୍ଚଳରେ ବାରହା ଉପଦ୍ରବ…… ଏକର ଏକର ମକା ଫସଲ ଉଜୁଡିଲା ।
ଗଜପତି(ମନୋଜ ପାଢୀ)୮/୯: ଗଜପତି ଜିଲ୍ଲାରେ ବାରହା ଉପଦ୍ରବ ଯୋଗୁଁ ଏକର ଏକର ମକା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି ।ଏଥି ପାଇଁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ କମଳାପୁର ଗାଁରେ ଦେଖୁବାକୁ ମିଳିଛି । ଗତକିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ବର୍ଷା ସହ ପବନ ହେଲେ ଫଳ ଧରିଥିବା ମକା ଗଛ ତଳେ ପଡିଯିବାର ଆଶଙ୍କା ରହିଛି ।ଗୋଟିଏ ପଟେ ମକା ଗଛ ପଡିଯିବାର ଆଶଙ୍କା ଓ ଅନ୍ୟପଟେ ବାରହା ଉପଦ୍ରବ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । କମଳାପୁର ଗାଁର ମକା ଚାଷୀ ଗାଁ ମୁଣ୍ଡରେ ଥିବା ବାବୁଲା ଦଳାଇ ଓ ସନ୍ୟା ଗୌଡ଼ଙ୍କ ଏକର ଏକର ମକା ଫସଲକୁ ବାରହା ରାତ୍ର ସମୟରେ ଖାଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଧାର କରଜ କରି ସାହୁକାର ଠାରୁ ସାର ଆଣି ମକା ଚାଷ କରିଥିଲେ ।ଏବେ କିଭଳି ଋଣ ସୁଝିବେ ବୋଲି ଅତ୍ୟନ୍ତ ଦୁଃଖରେ ୨ଜଣ ଚାଷୀ କହିଛନ୍ତି । ଏନେଇ ସ୍ଥାନୀୟ ବନ ବିଭାଗକୁ ଜଣାଇଥିଲେ ମଧ୍ୟ ବାରହା ଉପଦ୍ରବ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଚନ୍ଦ୍ରଗିରି ବନାଞ୍ଚଳ ଅଧୂକାରୀ ବିନୟ ପ୍ରକାଶ ବୁରୁଙ୍କୁ ପଚାରିବାରେ ବନ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉଥିବା କହିବା ସହ ଯେଉଁ ଚାଷୀମାନଙ୍କର ଫସଲ ନଷ୍ଟ ହୋଇଛି । ସେମାନେ ସରକାରଙ୍କଙ୍କ ଆପ୍ରେ ଅଭିଯୋଗ ଦାଖଲ କରନ୍ତୁ.ଏହାକୁ ବିଚାର କରି ସହାୟତା ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧୂକାରୀ କହିଛନ୍ତି ।
