କାଶୀପୁର ଠାରେ ୭୦ ତମ ବନ୍ୟଜନ୍ତୁ ସଂଗ୍ରକ୍ଷଣ ସାପ୍ତାହିକ ଦିବସ ପାଳିତ ।ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ କାଶୀପୁର ବନାଞ୍ଚଳ ପକ୍ଷରୁ ୭୦ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ପଟୁଆର ରେ ପୋଷ୍ଟେର ବେନର ଓ ବିଭିନ୍ନ ନାରା ରେ କାଶୀପୁର ସହର ପରିକ୍ରମା କରଯାଇଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ଓଏଭି ବିଦ୍ୟାଳୟ ରେ ବକ୍ତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ,ଓଏଭି ବିଦ୍ୟାଳୟ ର ଉପାଧକ୍ଷ ମନ ରଞ୍ଜନ ଧଳ ଓ ଜୟନ୍ତ ବୁଡ଼େକ ମଞ୍ଛାସିନ ରହିଥିବାବେଳେ ବତ୍ତୃତ୍ୱ ର ବିଷୟବସ୍ତୁ ଥିଲା ବନ୍ୟଜନ୍ତୁ ଙ୍କର ସାମ୍ପ୍ରତିକ ସ୍ଥିତି ପୁଣି ଭବିଷ୍ୟତ ରେ ଏମାନଙ୍କ ସୁରକ୍ଷା ଉପରେ ନେଇ କାଶୀପୁର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ବକ୍ତୃତ୍ୱ ପ୍ରତିଯୋଗିତା କରାଯାଇଥିଲା । ପୁଣି କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଓଏଭି ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବନାଞ୍ଚଳ କାର୍ଯ୍ୟାଳୟ ମଧ୍ୟରୁବଳରାମ କାଡ୍ରାକା ଫୋରେଷ୍ଟର ମାଣ୍ଡିବିଶି, ଦୀନବନ୍ଧୁ ଶବର ଫରେଷ୍ଟର କାଶୀପୁର, ସୁରେଶ ମିଶ୍ର ଫୋରେଷ୍ଟର ଶୁଙ୍ଗେର ଓ ଫୋରେଷ୍ଟ ଗାର୍ଡ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।’ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳୁଛି।
ମାଲକାନଗିରି: ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳୁଛି। ଚିନ୍ତିଗୁମ୍ଫା ଥାନା ଅଂଚଳର ତୁମାଲପଦର ଜଙ୍ଗଲ-ପାହାଡରେ ଏହି ଘଟଣା ଘଟିଛି। ସୁକମା ଜିଲ୍ଲା ପୁଲିସ,…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ । ଗଜପତି(ମନୋଜ ପାଢୀ/୨୫/୧୧/୨୦୨୪ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରୀବାନ୍ଧା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ…
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା***************** ଆର,ଉଦୟଗିରି(୩୦/୯/୨୦୨୪ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ…