ନୂଆପଡ଼ାରେ ବନ ବିଭାଗ ଉଦ୍ଧାର କଲା ଜଂଗଲୀ କୁଟୁରା

ନୂଆପଡ଼ାର କୋମନାରେ ବନ ବିଭାଗ ଉଦ୍ଧାର କଲା ଜଂଗଲୀ କୁଟୁରା
Spread the love

ନୂଆପଡ଼ାରେ ବନ ବିଭାଗ ଉଦ୍ଧାର କଲା ଜଂଗଲୀ କୁଟୁରା

କୋମନା (ନୂଆପଡ଼ା):କୋମନା ରେଞ୍ଜ ଅଧୀନସ୍ଥ ଭରୁଆମୁଣ୍ଡା ଗାଁରୁ ଏକ ଜଂଗଲୀ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି। ଏବେ ସେହି କୁଟୁରା ସୁସ୍ଥ ଅବସ୍ଥାରେ ରହିଛି ବୋଲି ବିଭାଗୀୟ ସୂତ୍ର ସୂଚନା ଦେଇଛି।ଆଜି ସକାଳୁ ଭରୁଆମୁଣ୍ଡାର ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡ଼କୁ ଛେଳି ଚରାଇବାକୁ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଫେରିବା ସମୟରେ ଏକ ଜଂଗଲୀ କୁଟୁରା ସେମାନଙ୍କ ଛେଳି ସହ ମିଶି ଗାଁକୁ ପହଞ୍ଚିଥିଲା।ଗାଁଲୋକଙ୍କୁ ବିଷୟଟି ଅସାମାନ୍ୟ ଲାଗିଥିବାରୁ ସୂଚନା ବନ ବିଭାଗକୁ ପହଞ୍ଚିଲା। କୋମନା ବନ ବିଭାଗ ସଚେତନ ହୋଇ ସେହି କୁଟୁରାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।