ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ ବୈଠକ ଅନୁଷ୍ଠିତ।ଗଜପତି(ମନୋଜ ପାଢୀ) ଆଜି ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ଆଦି କର୍ମଯୋଗୀ ଅଭିଯାନ” ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ଅଭିମୁଖୀ କରଣ ପ୍ରାରମ୍ଭିକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମାନ ରାଇକା ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଵେଚ୍ଛାସେବୀ ସଂଗଠନ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅଂଶୁମାନ ମହାପାତ୍ର ଆଦି କର୍ମଯୋଗୀ ଅଭିଯାନ ର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ଯେ,ଏହି କାର୍ଯ୍ୟକ୍ରମଟି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଆକାଂକ୍ଷିତ କାର୍ଯ୍ୟକ୍ରମ ଅଟେ ଯେଉଁଥିରେ ୧୧ କୋଟି ଆଦିବାସୀ ବର୍ଗ ଙ୍କୁ ସଂଶ୍ଲିଷ୍ଟ କରାଯିବ, ଏହା ସହିତ ୧ ଲକ୍ଷ ଆଦିବାସୀ ଅଧ୍ୟୁଷିତ ଗ୍ରାମ, ୩୦ ରାଜ୍ୟ, ୫୦୦ ଜିଲ୍ଲା, ୩୦୦୦ ବ୍ଲକ ରେ ୨୦ ଲକ୍ଷ କର୍ମଯୋଗୀ ସୃଷ୍ଟି କରାଯିବ l ଆଦି କର୍ମଯୋଗୀ ଅଭିଯାନ ର ମୂଳ ଉଦ୍ଦେଶ୍ୟ ହେଉଛି ଆଦିବାସୀ ଅଞ୍ଚଳରେ ସେବାରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଚେତନ, କର୍ତ୍ତବ୍ୟ ନିଷ୍ଠ ଓ ଲୋକାଭିମୁଖୀ କରିବା । କର୍ମଚାରୀମାନେ ଆଦିବାସୀ ସମାଜର ସାହିତ୍ୟ, ସଂସ୍କୃତି, ପାରମ୍ପରିକ ପଦ୍ଧତି, ଜୀବନଚାର୍ଯ୍ୟ ଓ ସ୍ଥାନୀୟ ଆବଶ୍ୟକତା ବିଷୟରେ ଗଭୀତାର ଅଧ୍ୟୟନ ଲାଭ କରିବା ସହିତ ସରକାରୀ ଯୋଜନା ଗୁଡ଼ିକର ସୁଚାରୁ ରୁପେ କାର୍ଯ୍ୟକ୍ରମ ଆଦିବାସୀ ଲୋକଙ୍କ ନିକଟରେ କିଭଳି ଭାବରେ ସରକାରୀ ଯୋଜନା ଶତପ୍ରତିଶତ ସେବା ପହଞ୍ଚି ପାରିବ ତାହା ସୁନିଶ୍ଚିତ କରାଇବା ଏହାର ଉଦ୍ଧେଶ୍ୟ । ସେ କହିଲେ ଯେ ଏହାର ସଫଳ ରୂପାୟନ ପାଇଁ ଏକ ତ୍ରି ସ୍ତରୀୟ ଶ୍ରେଣୀ ଯେମିତିକି ଆଦି କର୍ମଯୋଗୀ , ଆଦି ସହଯୋଗୀ ଏବଂ ଆଦି ସାଥି ର ସଂରଚନା ର ବ୍ୟବସ୍ଥା ରହିଅଛି ,ଯେଉଁ ମାନେ କି ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ lଗଜପତି ଜିଲ୍ଲାରେ ୭ ଟି ବ୍ଲକ ରେ ୧୦୮ ଟି ଗ୍ରାମ ପଂଚାୟତ ତଥା ୪୮୫ ଟି ଗ୍ରାମ ରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକାରୀ କରାଯିବ l ଏହି ଅଭିଯାନ ରେ ଜିଲ୍ଲା ପ୍ରଶାସନ ଙ୍କୁ ତିନି ଗୋଟି ସ୍ଵେଚ୍ଛାସେବୀ ସଂଗଠନ ଯଥା ପିରାମଲ ଫାଉଣ୍ଡେସନ, ସୁରକ୍ଷା, ସିସିଡ଼ିକୁ ପ୍ରତିଟି ବିକଶିତ ଗ୍ରାମ କରିବା ଲକ୍ଷ୍ୟ ଦିଗରେ ଆବଶ୍ୟକ ହେଉଥିବା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାରେ ସହଯୋଗ କରିବେ , ଏଣୁ ଜିଲ୍ଲା ବିକଶିତ ଦିଗରେ ଅଗ୍ରସର ହୋଇପାରିବ।
Related Posts
ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତା ।
ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତା । ଆର,ଉଦୟଗିରି:୬/୮(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲାର…
ସ୍ବାଧୀନତା ଦିବସ ଅବସରରେ ରକ୍ତଦାତ୍ରୀ ସମ୍ମାନିତ
ସ୍ବାଧୀନତା ଦିବସ ଅବସରରେ ରକ୍ତଦାତ୍ରୀ ସମ୍ମାନିତ ସେମିଳିଗୁଡା ତାରିଖ ୧୫,୮,୨୦୨୫,ସେମିଳିଗୁଡାର ବରିଷ୍ଠ ରକ୍ତଦାତ୍ରୀ ,ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ସ୍ବାଧୀନତା ଦିବସ…
ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ ନିମନ୍ତେ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ
ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ ନିମନ୍ତେ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ ରାୟଗଡ଼ (ଅମୁଲ୍ୟ ନିଶଙ୍କ ) ଜିଲ୍ଲାପାଳ ରାୟଗଡ଼ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ…