ପାପଡାହାଣ୍ଡି: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଭିଜିଲାନ୍ସ ଧରିଛି। ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ସରକାରୀ ବାସଭବନ ଓ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଦୁଇ ପୁଲିସ ଅଧିକାରୀ ହେଲେ ପ୍ରବେଶନାରୀ ପିରିୟଡ଼ରେ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୁଲିସ ଏଏସଆଇ ଶିବ ପ୍ରସାଦ ଦଳେଇ।
Related Posts
ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପରେ ବିରାଟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି:- ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପରେ ବିରାଟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି – ୧୩/୮/୨୪ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ…
Odisha BJP President reviews arrangements for swearing-in ceremony of new CM
Odisha BJP President reviews arrangements for swearing-in ceremony of new CM Bhubaneswar: (Abhishek Mohanty)Odisha BJP President Manmohan Samal on Tuesday…
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ…