ଲ୍ୟାମ୍ପସ୍‌ରେ ତାଲା

ବୈପାରିଗୁଡ଼ା:ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିସାନ’ ସ୍ଲୋଗାନ୍‌ଟି ଆଜି ପୁନର୍ବାର ଚାଷୀଙ୍କ ଦୁର୍ଦଶାକୁ ସ୍ମରଣ କରାଉଛି। ଯବାନଙ୍କୁ ସମ୍ମାନ ଦେବା ପାଇଁ ସରକାର ଉଦ୍ୟମ କରୁଥିବାବେଳେ କିସାନ ତା’ର ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସୁଛି।ଖରିଫ ଋତୁରେ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ ଅଞ୍ଚଳରେ ଚାଷୀମାନେ ପର୍ଯ୍ୟାପ୍ତ ସାର ନମିଳିବାରୁ ଦୁଃଚିନ୍ତାରେ ପଡ଼ିଛନ୍ତି। ଲ୍ୟାମ୍ପସ୍‌ରୁ ମାତ୍ର ‘ଗୋଟିଏ ଆଧାରକାର୍ଡକୁ ଗୋଟିଏ ବସ୍ତା ସାର’ ଦିଆଯାଉଛି ବୋଲି ଚାଷୀମାନଙ୍କ ଅଭିଯୋଗ।ସାର ଅଭାବରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଲ୍ୟାମ୍ପସ୍‌ରେ ତାଲା ପକାଇବାକୁ ବାଧ୍ୟ ହେଲେ।

Scroll to Top