ପାରଳା ବିଧାୟକ3କିମି ଚାଲି ଚାଲି ଯାଇ ସିଣ୍ଡିବୁର ଠାରେ ପାଳିଲେ ସ୍ବାଧୀନତା ଦିବସ ।

ପାରଳା ବିଧାୟକ3କିମି ଚାଲି ଚାଲି ଯାଇ ସିଣ୍ଡିବୁର ଠାରେ ପାଳିଲେ ସ୍ବାଧୀନତା ଦିବସ ।

ଗଜପତି (ମନୋଜ ପାଢୀ) : ଗ୍ରାମ ହେଲା ସିଣ୍ଡିବୁର ସିଣ୍ଡିବୁର ର ଅର୍ଥ ହେଲା ଖଜୁରୀ ପାହାଡ଼ ଏହା ଏକ ଆଦିବାସୀ ଗ୍ରାମ ର ନା ଅଟେ ଦୀର୍ଘ ବର୍ଷ ହେଲା ଆଦିବାସୀ ମାନେ ଏହି ପାହାଡ଼ ଅଞ୍ଚଳ ରେ ବସ ବାସ କରି ଆସୁଛନ୍ତି ବିଭିନ୍ନ ସମସ୍ୟା ର ସମୁଖୀନ କରି ପୀଡ଼ି ପରେ ପୀଡ଼ି ଏହି ବନ ଜଙ୍ଗଲ ରେ ବାସ କରି ଆସୁଛନ୍ତି ନା ସେମାନଙ୍କ ପାଇଁ ରାସ୍ତା ର ସୁବିଧା ଅଛି ନା ସେମାନଙ୍କ ପାଇଁ ପିଇବା ପାଣି ର ସୁବିଧା ରହୁଛି ତଥାପି ନିଜ ନିଜ ପରିବାର ସହ ସୁଖ ଦୁଃଖ ରେ ପାହାଡିଆ ଅଞ୍ଚଳ ରେ ଜୀବନ କାଟୁଛନ୍ତି ଏମିତୀ ଏକ ଗ୍ରାମ ।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତ ସିଣ୍ଡିବୁର ନାମର ଗ୍ରାମଟିଏ ଅଛି ଅନେକ ଆଶା ଓ ସପ୍ନ ନେଇ ଏହି ଗ୍ରାମର 120 ରୁ ଉର୍ଦ୍ଧ ଜନସାଧାରଣ ଜୀବନ କାଟି ଚାଲିଛନ୍ତି ଦେଶ ସ୍ୱାଧୀନତା ହୋଇ ଆଜକୁ 79ତମ ବର୍ଷ ହେଲାଣି କିନ୍ତୁ ଏହି ଗ୍ରାମରେ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଏକ ସ୍କୁଲ ଘର ବି ନାହିଁ ଗ୍ରାମ ବାସି କହିବା ଅନୁଯାଇ ଆଜି ପର୍ଯ୍ୟନ୍ତ ଏହି ଗ୍ରାମରେ ସ୍କୁଲ ଟିଏ ହୋଇ ନାହିଁ ପିଲାମାନଙ୍କୁ ପାଠ ପଡ଼ାଇବା ପାଇଁ ଅନ୍ୟ ଗାଁ କୁ ଯାଇ ଆଶ୍ରମ ସ୍କୁଲ ରେ ରଖିବାକୁ ପଡୁଛି. କିଛି ବର୍ଷ ତଳେ ସିଣ୍ଡିବୁର ଗ୍ରାମକୁ ଆସି ତତ୍କାଳୀନ ଏସପି ସାରା ଶର୍ମା ଏହି ସିଣ୍ଡିବୁର ଗ୍ରାମକୁ ନିଜ ପସ୍ୟ ଗାଁ କହି କିଛି ସମସ୍ୟା ସମାଧାନ କରିବି କହି ସପ୍ନ ଦେଖାଇ ଥିଲେ କିନ୍ତୁ ସେ ସପ୍ନ ମେଡ଼ାମ ବଦଳି ହୋଇ ଚାଲିଗଲା ପରେ ସପ୍ନ ହିଁ ରହିଗଲା ବର୍ତ୍ତମାନ ସେହି ସିଣ୍ଡିବୁର ଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ପାରଳା ବିଧାୟକ ଇଁ. ରୁପେଶ ପାଣିଗ୍ରାହୀ ଗ୍ରାମ ବାସୀଙ୍କ କିଛି ସପ୍ନ ପୂରଣ କରିବା ପାଇଁ 3 କିମି ପଥରିୟା ରାସ୍ତାରେ ଚାଲି ଚାଲି ସିଣ୍ଡିବୁର ଗ୍ରାମକୁ ଯାଇ ଆଜି 79ତମ ସ୍ୱାଧୀନତା ଦିବସ ପାଳନ କରିଲେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ଯିବା ପାଇଁ ରାସ୍ତା ଟୀ ନାହିଁ ଏହି ଗ୍ରାମର ଲୋକମାନେ ଯଦି ଅସୁସ୍ଥତା ହୁଅନ୍ତି ବା ଗର୍ଭବତୀ ଧାରଣ କରନ୍ତି ସେମାନଙ୍କୁ ଖଟିଆରେ 3କିମି ବହିଁ ଅନ୍ୟ ଏକ ଗ୍ରାମକୁ ନେଇ ଆମ୍ବୁଲାନ୍ସ ବା ଗାଡ଼ି ର ସୁବିଧା କରି ମେଡିକାଲ ନିୟନ୍ତି ବର୍ତ୍ତମାନ ପାରଳା ବିଧାୟକ ଏହି ସିଣ୍ଡିବୁର ଗ୍ରାମକୁ ଯାଇ ସେମାନଙ୍କ ସହ ସ୍ୱାଧୀନତା ଦିବସ ଆଡମ୍ବର ସହ ପାଳନ କରିଲେ ଆଉ ଗ୍ରାମବାସୀଙ୍କୁ ଯଥାଶୀଘ୍ର ଏହି ଗ୍ରାମର ସମସ୍ୟା ର ସମାଧାନ କରାଯିବ କହି ନିଜ ପାଣ୍ଠିରୁ 3ଲକ୍ଷ୍ୟ ଟଙ୍କା ପ୍ରଦାନ କରିଲେ ଏବଂ ରାସ୍ତା ଓ ପାଣିର ସୁବିଧା ଓ ଏହି ଗ୍ରାମରେ ପ୍ରାଇମେରୀ ସ୍କୁଲ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଜଣାଇବି କହି ପ୍ରତିଶୃତି ଦେଲେ ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ପାରଳା ବିଧାୟକ ଙ୍କ ସହ ଗୁମ୍ମା ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ, ଗସାଣି ବ୍ଲକ ଅଧକ୍ଷ ବୀର ରାଜୁ, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟିକ, ଗୁମ୍ମା ଗଷ୍ଟି ଉର୍ନନ୍ୱୟ କରି ଦୁଲେରାମ ମାରାଣ୍ଡି, ତହସିଲଦାର ଶରତ ଶବର, ଭୁବନି ସରପଞ୍ଚ ପ୍ରଦୀପ ମଣ୍ଡଳ ଓ ଏହି କାର୍ଯ୍ୟକ୍ରମ ର ଦାୟିତ୍ୱ ରେ ଥିଲା ପ୍ରିତମ ପାଳ ଓ ମାସଲୁନ ରଇତ ।

Leave a Reply

Your email address will not be published. Required fields are marked *