ଜୀ ଏସ୍ ନର୍ସରି ର ଶୁଭ ଉଦଘାଟନ ।

ଜୀ ଏସ୍ ନର୍ସରି ର ଶୁଭ ଉଦଘାଟନ ।

ଗଜପତି(ମନୋଜ ପାଢୀ) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଁମ୍ ଶାନ୍ତି କଲୋନୀ ଠାରେ ଜୀ ଏସ୍ ନର୍ସରିର ଉଦଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ ମାଝୀ ରିବନକାଟି ଓ ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦଘାଟନ କରି ଥିଲେ।ଅନ୍ୟ ତମ ଅତିଥି ଭାବେ ପୂର୍ବତନ ବିଧାୟକ କେ ସୁରିଆ ରାଓ,କୃଷି ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ନର୍ସରିରେ ଫୁଲଗଛ,ଫଳ ଗଛ, ପରିବାଗଛ ସହିତ ବିଭିନ୍ନ ପ୍ରକାରର ଔଷଧିୟ ଗଛ ବିକ୍ରି କରାଯାଉଛି।ଚାଷୀ ନିଜର ଚାଷ ଜମିରେ ହେଉ କିବା ନିଜ ବାଡ଼ି ବଗିଚା, ଛାତ ଉପରେ ମଧ୍ୟ ଗଛ ଲଗାଇବା ଭଳି ଗଛ ବିକ୍ରି ହେଉଛି। ଇଣ୍ଡୋର ଓ ଆଉଟ ଡୋର ରେ ଲାଗିଲା ଭଳି ବିଭିନ୍ନ ଷ୍ଟାଇଲିସ ଗଛ ରହିଛି। ଯାହା ଚାଷୀ ଙ୍କ ବହୁ ସୁବିଧା ହୋଇପାରିବ।

Leave a Reply

Your email address will not be published. Required fields are marked *