ଦୁର୍ଗମ ରେ ଦୁର୍ଦ୍ଦଶା , ରାସ୍ତା ଅଟକାଉଛି ବିକାଶ

ଦୁର୍ଗମ ରେ ଦୁର୍ଦ୍ଦଶା , ରାସ୍ତା ଅଟକାଉଛି ବିକାଶ

ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଆଜି ବି ଏମିତି ଗାଆଁ ଅଛି ଗଜପତି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ରେ ବିକାଶ ପହଞ୍ଚି ପାରୁନି। ନା ଅଛି ଗାଆଁ କୁ ପକ୍କା ରାସ୍ତା ନା ଅଛି ଲୋକଙ୍କୁ ପିଇବାକୁ ଶୁଦ୍ଧ ପାନୀୟଜଳ । ଏପରିକି ମୁଣ୍ଡ ଗୁଞ୍ଜିବାକୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିନି ଆବାସ ଘର । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଛେଲାଗଡ ଓ ଡ଼ାବରାଗୁଡ଼ା ପଞ୍ଚାୟତର ନୂଆ ସାହି ,ଗୁଡ଼ି ସାହି , ଜାନି ସାହି କୁଟ୍ରା ଗଣ୍ଡା , ଡେକାପଲ୍ଲୀ ଗାଆଁ କଥା କହିବା ଯଦି ସରକାର ଅବହେଳା କରିଥିବା ନଜର କୁ ଆସେ । ରାସ୍ତା କହିଲେ ଖରା ଦିନେ ଯେମିତି ବର୍ଷ ଦିନେ ନକହିବା ଭଲ । ଏହି ରାସ୍ତା ଦେଇ କିପରି ଅବା 108 ଆସିବ ,ଦୀର୍ଘ ବର୍ଷ ହେବ ବୋଧେ ରାସ୍ତା ର ଉନ୍ନତି କରଣ ହୋଇନାହିଁ ।
ପାନୀୟ ଜଳ କଥା ଯଦି କହିବା ଭଗ୍ନ ଅବସ୍ଥାରେ ରହିଥିବା ନଳକୂପ ଦେଇ ଆସୁଚି ସେବା । ତାହାବି ଆଜିପର୍ଯ୍ୟନ୍ତ୍ ଅବହେଳା କରି ସଜାଡି ନାହାନ୍ତି । ଯଦ୍ୱାରା ପାନୀୟ ଜଳପାଇଁ ଝରଣା ଅବା ଚୁଆ ଉପରେ ନିର୍ଭର କରି ଆସୁଛନ୍ତି । ଗ୍ରାମବାସୀ । ଆବାସ କହିଲେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଜି ବି ମିଳିନି ଆବାସ ଗୃହ । ଘର ଛପର ଦେଇ ଦିଶୁଛି ସୂର୍ଯ୍ୟ ଚନ୍ଦ୍ର । ବର୍ଷା ଦିନେ କେଉଁ ଅବସ୍ତାରେ ଜୀବନ ଯାପନ କରୁଥିବେ । ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ ବଦଳି ପାରୁନି ବାସ୍ତବ ଚିତ୍ର ।

Leave a Reply

Your email address will not be published. Required fields are marked *