ରାମଗିରି ଏସଏସଡି ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାଷିକ ଉତ୍ସବ ୨୦୨୫ ପାଳିତ ।

Spread the love

ରାମଗିରି ଏସଏସଡି ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାଷିକ ଉତ୍ସବ ୨୦୨୫ ପାଳିତ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ରାମଗିରି ଗ୍ରାମରେ ଥିବା ପିଏମଶ୍ରୀ(ଏସଏସଡି) ସରକାରୀ ଉର୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ପିଏମଶ୍ରୀ ବାଷିକ ଉତ୍ସବ ୨୦୨୫ । କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲମନ ରାଇକା, ଜିଲ୍ଲା ଶିକ୍ଷା ନିରିକ୍ଷକ ରମେଶ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ତଥା ଶିକ୍ଷା ନିରିକ୍ଷକ ରାୟଗଡା ଶ୍ୟାମଘନ ଭୂୟାଁ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ଥାନା ଅଧିକାରୀ ଗଜପତି ଦୋରା, ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମାଳୀ, ସ୍ଥାନୀୟ ସରପଞ୍ଚ, ରାଜେନ୍ଦ୍ର ଗଉଡ, ରାମଚନ୍ଦ୍ର ଭୂୟାଁ, ଏସଏମସି ସଦସ୍ୟ ରଘୁନାଥ ବଡମୁଣ୍ଡି ପ୍ରମୁଖ ଏବଂ ଅଞ୍ଚଳର ଅନେକ ଶିକ୍ଷକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପଦୀପ ପ୍ରଜ୍ଜଳନ ସ୍ବାଗତ ସଙ୍ଗାତ ଓ ସ୍ବାଗତ ନୃତ୍ୟ ପରେ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ବିବରଣି ପାଠ ପରେ ଅତିଥିଗଣ ନିଜନିଜର ଅବିଭାଷଣ ରଖିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ୬ ଗୋଟି ଇଭେଣ୍ଟରେ ପ୍ରତିଯୋଗୀତାରେ ଉତ୍ତୀଣ୍ଣ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରଷ୍କାର ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅବିଭାବକ ଓ ଅନେକ ବୃଦ୍ଧିଜୀବୀ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକମାନେ ପରିଚାଳନା କରିଥିବା ବେଳେ ଓ ଅନୁଷ୍ଠାନର ଅନ୍ୟାନ୍ୟ ସହକର୍ମୀ ସହଯୋଗ କରିଥିଲେ ।