ନାରାୟଣ ପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

ନାରାୟଣ ପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

ଗଜପତି (ମନୋଜ ପାଢୀ) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣ ପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚର୍ଯ୍ୟ ଚୁଡ଼ାମଣି ରାଉତଙ୍କ ଅଧ୍ୟକ୍ଷତାରେମୁଖ୍ୟ ଅତିଥି ଭାବେ ଆନନ୍ଦ ଶତପଥୀ ପ୍ରଦୀପ ପ୍ରଜଳନ କରି ଏହି ବିଜ୍ଞାନ ମେଳାର ଶୁଭ ଉଦ୍ଘାଟନ କରିଥିଲେ । ଏହି ବିଜ୍ଞାନ ମେଳାରେ ୩୯ ଗୋଟି ବିଦ୍ୟାର୍ଥୀ ୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଏହି ଅବସରରେ ହେମଲତା ଭୂୟାଁ, ବାଳ କୃଷ୍ଣ ପଟ୍ଟନାୟକ କୋଷାଦକ୍ଷ ସନ୍ତୋଷ କୁମାର୍ ଚୌଧୁରି, ପରିଚାଳନା କମିଟି ସଦସ୍ୟ ଟୁକୁନା ଘଡେ଼ଇ , ଗୁଗୁ ମହାନ୍ତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *