ନିଷ୍ଠା ତାଲିମର ସଫଳ ସମାପ୍ତ*****************
ଆର,ଉଦୟଗିରି(ମନୋଜ କୁମାର ପାଢ)-: ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ ନିଷ୍ଠା ସମତା ମୂଳକ ଓ ସମାବେଶୀ ତାଲିମ ଶିବିର ତା ୦୪-୦୮-୨୦୨୫ ରିଖ ଠାରୁ ତା ୦୮-୦୮-୨୦୨୫ ରିଖ ପର୍ଯ୍ୟନ୍ତ ପଞ୍ଚ ଦିବସ ବ୍ୟାପି ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ରା ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳଙ୍କ ତତ୍ତ୍ୱାବଧାନ କ୍ରମେ ଉକ୍ତ କାର୍ଯକ୍ରମ ସଫଳତାର ସହ ସମାପନ ହୋଇଥିଲା। ଶିବିରର ପ୍ରଥମ ଦିବସରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ଵେହେରଦଳାଇ ଉଦଘାଟନ କରିବା ସହିତ ଗୋଷ୍ଠୀ ସାଧନ ଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ, ଶ୍ରୀଯୁକ୍ତ ଅଭୟ କୁମାର ଦାସ, ପଙ୍କଜ ମଲ୍ଲିକ, ସୁବାସ ଚନ୍ଦ୍ର ପାଇକରାୟ ଓ ଯୋଗେଶ୍ୱର ମନ୍ଥରା ସମ୍ବଳ ସାଧନ କର୍ମୀ ଭାବରେ ତାଲିମ ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୪୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାର ଶପଥ ଗ୍ରହଣ କରିଥିଲେ। ଉକ୍ତ କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

