ଏମ୍କେସିଜି ହସ୍ପିଟାଲ୍ରେ ପୁଣି ଅବ୍ୟବସ୍ଥା! ଗୋଟିଏ ସିଲିଣ୍ଡରରୁ ଦୁଇ ନବଜାତକଙ୍କୁ ଅକ୍ସିଜେନ୍ ପ୍ରଦାନ
ବ୍ରହ୍ମପୁର – ୨୦୨୨ ମସିହାରେ ଗୋଟିଏ ସିଲିଣ୍ଡର ଦ୍ୱାରା ତିନି ଶିଶୁଙ୍କୁ ଅକ୍ସିଜେନ୍ ଦିଆଯିବା ଘଟଣା ଏମ୍କେସିଜି ବଡ଼ଡ଼ାକ୍ତରଖାନାକୁ ବିବାଦରେ ଆଣିଥିଲା । ଏବେ, ୩ ବର୍ଷ ପରେ ପୁଣି ଏଭଳି ଅବ୍ୟବସ୍ଥା ପ୍ରକାଶରେ ଆସିଛି ।ଆଜି ଏମ୍କେସିଜି ହସ୍ପିଟାଲର ଏସ୍ଏନ୍ସିୟୁ (Special Newborn Care Unit) ରୁ ଦୁଇ ନବଜାତକ ଶିଶୁଙ୍କୁ ଇକୋ ପରୀକ୍ଷା ପାଇଁ ଅନ୍ୟ ଏକ କୋଠାକୁ ନେଇଯାଯିଥିଲା । ଏହି ସମୟରେ ଦେଖିବାକୁ ମିଳିଛି ଯେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରକୁ ଦୁଇ ଶିଶୁଙ୍କ ସହ ପାଇପ୍ ଲଗାଯାଇ ଅକ୍ସିଜେନ୍ ଦିଆଯାଉଛି ।ସ୍ଥାନୀୟ ନାଗରିକମାନେ ଏହି ଅବ୍ୟବସ୍ଥା ଦେଖି ବିସ୍ମିତ ହୋଇଛନ୍ତି ଓ ପ୍ରଶ୍ନ କରିଛନ୍ତି ଯେ – ଏଭଳି ଦୁଃଖଦ ଘଟଣା ଯଦି ଆଗକୁ ଅଘଟିଥାନ୍ତା, ତେବେ କିଏ ଦାୟୀ ଥାନ୍ତା? ଏହି ଘଟଣା ଏମ୍କେସିଜି ପ୍ରଶାସନର ଅନୁଦାୟିତ୍ୱ ଓ ଖାମଖିଆଲ ମନୋଭାବକୁ ପ୍ରକାଶ କରୁଛି ବୋଲି ମତ ଦେଇଛନ୍ତି ଅନେକ ଅଭିଭାବକ ଓ ସାମାଜିକ କାର୍ଯ୍ୟକର୍ତ୍ତାମାନେ ।
ଏଥିପାଇଁ ଏବେ ଗୋଟିଏ ପ୍ରଶ୍ନ ଉଠିଛି – ଆକ୍ସିଜେନ୍ ଭଳି ଜୀବନ ରକ୍ଷା ଉପକରଣ ଉପରେ ଏତେ ଅବ୍ୟବସ୍ଥା କେମିତି?
ଏମ୍କେସିଜି କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ମତ ଦେଇନାହାନ୍ତି ।
