ପପଂଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

Spread the love

ପପଂଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା.୦୨.୦୮.୨୦୨୫ ରିଖ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ,ପପଙ୍ଗା କଲୋନୀ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଯୋଗେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ । ମଞ୍ଚାସୀନ ଅତିଥି ସମ୍ପାଦକ ଉମାକାନ୍ତ ମେଣ୍ଡେଲି ଉପସ୍ଥିତ ଥିଲେ ।ସ୍ଵାଗତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ମିଶ୍ର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଚାରକ ଭାବେ ଗୁରୁଜୀ ସୁଜିତ କୁମାର ଆଚାର୍ଯ୍ୟ ,ଗୋପାଳ କୃଷ୍ଣ ମାହାର୍ଣ୍ଣା, ଟିକେଶ୍ୱର ସାହୁ, ବାଞ୍ଜିପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓଁକାର ସେଠ୍, ଚିଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୀମା ମାଝୀ ଉପସ୍ଥିତ ରହି ଶିଶୁମାନଙ୍କର ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ ।ଏହି କାର୍ଯକ୍ରମରେ ଗୁରୁମା ବୀଣା ପଧାନ ଓ ଐଶ୍ୱର୍ଯ୍ୟା ଭୁଏ ସଂଯୋଜନା କରିଥିଲେ ଏବଂ ବିଜ୍ଞାନ ପ୍ରମୁଖ ପ୍ରକାଶ ଚନ୍ଦ୍ର ଦଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ମେଳାରେ ମୋଟ ୨୫୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ଏବଂ ମୂର୍ତ୍ତି କଳା କରାଯାଇଥିଲା ।ଶିଶୁ ବାଟିକା ଓ ପ୍ରାଥମିକ ବିଭାଗର ସମସ୍ତ ଗୁରୁଜୀ, ଗୁରୁମା,ସେବକ, ସେବିକାଙ୍କ ସହଯୋଗରେ କାର୍ଯକ୍ରମଟି ସଫଳ ହୋଇଥିଲା ।