ଆଇଏସଆରଡି:- ୱାନ୍ ଷ୍ଟପ୍ ସେଣ୍ଟର (ସଖି)ର ଷଷ୍ଠ ବାର୍ଷିକ ଉତ୍ସବ ମହାନତା ଏବଂ ଉଦ୍ଦେଶ୍ୟ ସହିତ ପାଳିତ । ଗଜପତି(ମନୋଜ ପାଢୀ)ଗଜପତି ଜିଲ୍ଲାରେ କାର୍ଯ୍ୟରତ ଆଇଏସଆରଡି:- ସଖି ୱାନ୍ ଷ୍ଟପ୍ ସେଣ୍ଟର’ର ଷଷ୍ଠ ବାର୍ଷିକୀ ଉତ୍ସବ ମହାନତା ଏବଂ ଉଦ୍ଦେଶ୍ୟର ସହିତ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଏହି କେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବା ତଥା ମହିଳା ଓ ବାଳିକା ହିଂସା କୁ ରୋକିବାରେ ଆଇଏସଆରଡି:- ୱାନ ଷ୍ଟପ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହି ପ୍ରଶଂସିତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା ଯୋଗ ଦେଇ ଜିଲ୍ଲା ରେ ହେଉଥିବା ମହିଳା ଓ ବାଳିକା ହିଂସା କୁ ରୋକିବାରେ ତଥା ନିର୍ଯାତିତା ମହିଳା ଓ ବାଳିକାଙ୍କ ପାଇଁ ଏହି କେନ୍ଦ୍ର ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି ମତବ୍ୟକ୍ତ କରିବା ସହ ଉତ୍ସାହିତ କରିଥିଲେ | ଗଜପତି ଜିଲ୍ଲାରେ କାର୍ଯ୍ୟରତ ଆଇଏସଆରଡି:- ସଖି ୱାନ୍ ଷ୍ଟପ୍ ସେଣ୍ଟର’ର ଷଷ୍ଠ ବାର୍ଷିକୀ ଉତ୍ସବ ମହାନତା ଏବଂ ଉଦ୍ଦେଶ୍ୟର ସହିତ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଏହି କେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବା ତଥା ମହିଳା ଓ ବାଳିକା ହିଂସା କୁ ରୋକିବାରେ ଆଇଏସଆରଡି:- ୱାନ ଷ୍ଟପ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହି ପ୍ରଶଂସିତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା ଯୋଗ ଦେଇ ଜିଲ୍ଲା ରେ ହେଉଥିବା ମହିଳା ଓ ବାଳିକା ହିଂସା କୁ ରୋକିବାରେ ତଥା ନିର୍ଯାତିତା ମହିଳା ଓ ବାଳିକାଙ୍କ ପାଇଁ ଏହି କେନ୍ଦ୍ର ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି ମତବ୍ୟକ୍ତ କରିବା ସହ ଉତ୍ସାହିତ କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ପାରଳା ପୌର ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ନିର୍ମଳା ସେଠୀ , , ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଶିଶୁ କଲ୍ୟାଣ ସମିତି ର ସଦସ୍ୟା ଶ୍ରୀମତୀ ମମତା ରାଣୀ ଶତପଥି , ଓଡିଶା ଜୀବୀକା ମିସନ ର ଜିଲ୍ଲା ସଂଯୋଜକ ଶ୍ରୀ ଟିମନ ବାରା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସଞ୍ଜୋଜିକା ଓଡିଶା ଜୀବିକା ମିଶନ ଶ୍ରୀମତୀ ଶିବାନୀ ପାଣୀଗ୍ରାହୀ , ପ୍ରାକ୍ତନ ଓଡିଶା ସାହିତ୍ଯ ଏକାଡେମି ର ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ରେ ହେଉଥିବା ମହିଳାଓ ବାଳିକା ହିଂସା କୁ ରୋକିବାରେ ସହାୟତା ହୋଇଥିବା ସ୍ଥଳେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବ କାର୍ଯ୍ୟକ୍ରମରେ ଆଇଏସଆରଡି ୱାନ ଷ୍ଟପ ସେଣ୍ଟର ର ନିର୍ଦ୍ଦେଶକ ଶ୍ରୀ ସୁଧିର ସାବତ ଅଧ୍ୟକ୍ଷତା କରି କହିଥିଲେ ଯେ , ମହିଳା ସୁରକ୍ଷା ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବାରେ ବହୁ-ଭାଗୀ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ସଫଳତା , ସଚେତନତା ଏବଂ ସାମୁଦାୟିକ ସହଯୋଗକୁ ଆଲୋକିତ କରୁଥିବା ଏକ ସନ୍ଧ୍ୟାର ସ୍ୱର ସୃଷ୍ଟି କରିଥିବା କହିଥିଲେ ।ଆଇଏସଆରଡ଼ି ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଏବଂ ମଞ୍ଚାସୀନ ହେବା ପାଇଁ ସ୍ଵାଗତ ଜଣାଈଥିଲେ |ଶେଷରେ ଆଇଏସଆରଡି: ସଖୀ ୱାନ ଷ୍ଟପ କେନ୍ଦ୍ରର ଆଇନ ପରାମର୍ଶ ଦାତା ଶ୍ରୀ ନାଗେଶ୍ଵର ଚୌଧୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଆଇଏସଆରଡି: – ୱାନ ଷ୍ଟପ କେନ୍ଦ୍ରର ମଧୁସ୍ମିତା ପାଢୀ , ସୁନିତା ବେହେରା , ମୋହିନୀ ପ୍ରଧାନ , ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ଦିବ୍ୟ କୁମାର ସୁଆର , ନିରୁପମା ରାଉଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ’କୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ଏହି କାର୍ଯ୍ୟକ୍ରମରେ ଓଏସସି: ସେବା ଏବଂ ସଫଳତାର ଏକ ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
