ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ଦେଇଥିବା ପିଅନକୁ ପୋଲିସ ବେଲବଣ୍ଡରେ ଛାଡିଲେ ।

ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ଦେଇଥିବା ପିଅନକୁ ପୋଲିସ ବେଲବଣ୍ଡରେ ଛାଡିଲେ । ଆର,ଉଦୟଗିରି:୨/୮(ମନୋଜ ପାଢୀ): ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣେ ଯନ୍ତ୍ରୀଙ୍କୁ ପିଇବା ପାଣି ବଦଳରେ ପରିସ୍ରା ଦେଇଥିବା ପିଅନକୁ ପୋଲିସ ନଂ 41 ବେଲବଣ୍ଡରେ ଆଜି ଛାଡି ଦେଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରା.ଉଦୟଗିରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ କନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ ଏଭଳି ସଂଗିନ୍ ଅଭିଯୋଗ ଆଣିଛନ୍ତି ନୂଆ ଚାକିରି ପାଇ ଗତ ୧୮ତାରିଖରେ ରା,ଉଦୟଗିରିରେ ଆରଡବ୍ଲୁଏସ୍ଏସ୍ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରେ ସଚିନ ଯୋଗ ଦେଇଥିଲେ । ଗତ ୨୩ ତାରିଖ ରାତିରେ ଖାଇ ସାରିବା ପରେ କାର୍ଯ୍ୟାଳୟର ପିଅନ ଶିବାଙ୍କୁ ପାଣି ଆଣିବାକୁ କହିଥିଲେ ତାଙ୍କ କ୍ୱାର୍ଟର୍ସରୁ ଶିବା ଏକ ଫ୍ଲାସ୍‌ରେ ପାଣି ଆଣି ଦେଇଥିଲେ । ସେଥିରୁ ଟିକେ ପିଇବା ପରେ ଖରାପ ସ୍ବାଦ ଯୋଗୁଁ ସଚିନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ସେହି ପାଣିକୁ ସେ ଏକ ସ୍ୱଚ୍ଛ ବୋତଲରେ ଢାଳିଥିଲେ। ପାଣିର ପ୍ରକୃତ ରଙ୍ଗ ବଦଳରେ ପରିସ୍ରା ରଙ୍ଗ ଭଳି ଦେଖାଯାଇଥିଲା। ନିଶ୍ଚିତ ହେବା ପାଇଁ ଏହି ପାଣିକୁ ଅନ୍ୟ ଦୁଇଜଣ ସହକର୍ମୀଙ୍କୁ ଶୁଙ୍ଘିବାକୁ କହିଥିଲେ. ସେମାନେ ମଧ୍ୟ ସେହି ଏକା ସନ୍ଦେହ ପ୍ରକାଶ କରିଥିଲେ. ସବଡିଭିଜନ ଜଳ ଓ ପରିମଳ କାର୍ଯ୍ୟାଳୟରେ ଲ୍ୟାବ୍‌ ଆସିଷ୍ଟାଣ୍ଟଙ୍କ ଦ୍ବାରା ପରୀକ୍ଷା କରାଇଥିଲେ। ରିପୋର୍ଟରେ ଆମୋନିଆ ମାତ୍ରା ଅଧିକ ଥିଲା, ଯାହା ପରିସ୍ରାରେ ରହୁଥିବା ଆମୋନିଆ ମାତ୍ରା ସହ ସମାନ ପାଣିର ଲ୍ୟାବ୍‌ ପରୀକ୍ଷା ରିପୋର୍ଟ ଆସିବା ପରେ ସେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସହ ଏଭଳି କିଏ କାହିଁକି କରିବ ବୋଲି ବିସ୍ମିତ ହୋଇଥିଲେ। ଏନେଇ ଗତ ୨୭ ତାରିଖରେ ଭୁବନେଶ୍ଵର ମୁଖ୍ୟଯନ୍ତ୍ରୀ (ଜଳ ଓ ପରିମଳ), ୨୫ ତାରିଖରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ସର୍ଜଲ ଅଫିସ ବ୍ରହ୍ମପୁର), ୨୫ତାରିଖରେ ନିର୍ବାହୀଯନ୍ତ୍ରୀ ଡିଭିଜନ ଅଫିସ, ପାରଳାଖେମୁଣ୍ଡି) ଙ୍କୁ ଲିଖିତ ଅଭିଯୋଗ କରିବା ସହ ପ୍ରକୃତ ତଥ୍ୟ ଉନ୍ମୋଚନ ଓ ନ୍ୟାୟ ପାଇଁ ନିବେଦନ କରିଥିଲେ । ଡିଭିଜନ୍ ଅଫିସ୍‌କୁ ସେହି ପାଣିର ନମୁନା ସହ ପରୀକ୍ଷା ରିପୋର୍ଟ ମଧ୍ୟ ପଠାଇଥିଲେ । ତେବେ ଉଚ୍ଚପଦସ୍ତ ଅଧିକାରୀଙ୍କ ଠାରୁ ସହଯୋଗ ନପାଇ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଜାତୀୟ ମାନବାଧିକାର କମିସନ ଓ ରା.ଉଦୟଗିରି ଥାନାରେ ସମସ୍ତ ତଥ୍ୟ ଓ ପରୀକ୍ଷା ରିପୋର୍ଟ କପି ସହିତ ଅନ୍‌ଲାଇନରେ ଅଭିଯୋଗ ଦାଖଲ କରିଥିଲେ. ରା.ଉଦୟଗିରି ପୁଲିସ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏସଡିଓଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଡାକି ପଚରାଉଚରା କରିଛନ୍ତି। ଏହି ଘଟଣାରେ ପାଣି ଆଣିଥିବା ପିଅନକୁ ମଧ୍ୟ ପୋଲିସ ତଦନ୍ତ କରିବା ପରେ 41 ନଂ ବେଲବଣ୍ଡରେ ଛାଡି ଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *