ଅନାସ୍ଥାନ ପ୍ରସ୍ତାବ ରେ ଭୋଟ ହେଲା କିନ୍ତୁ ହାଇକୋର୍ଟ ଙ୍କ ନିର୍ଦେଶ ନିମନ୍ତେ ଗଣତି ବନ୍ଦ ରହିଲା

ରାୟଗଡା : ଗୁଡାରି ବ୍ଳକ ଅଧକ୍ଷା ଲକ୍ଷ୍ମୀ ଶବର ବିରୋଧରେ ଗୁରୁବାର ଦିନ ବ୍ଳକ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଭୋଟ ଗ୍ରହଣ ହୋଇଥିଲା। କଡା ସୁରକ୍ଷା ବଳୟରେ ପୋଲିସ ର କଡା ସୁରକ୍ଷା ବଳୟ ରେ ଅଜ୍ଞାତ ରେ ଥିବା ବ୍ଲକ 16 ଜଣ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ଙ୍କୁ ମୁଚିକି୍ପଦର ଛକରୁ ଗୁଡାରି ବ୍ଲକ ଅଫିସ କୁ ଆଣିଥିଲେ l ଗୁଡାରି ବ୍ଲକ ଅଫିସ ଫାଟକ ସମୁଖ ରେ ନିୟୋଜିତ ପୋଲିସ ଗୋଟି ଗୋଟି କରି ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ଙ୍କ ଆଧାର କାର୍ଡ ଯାଞ୍ଚ କରି ଭୋଟ ଗ୍ରହଣ କେନ୍ଦ୍ର କୁ ପଠାଇଥିଲେ l ବ୍ଲକର ୯ ଗୋଟି ଗ୍ରାମପଞ୍ଚାୟତ  ମୋଟ ୧୮ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରୁ ୧୬ ଜଣ ଭୋଟ ଦାନ ରେ ଭାଗ ନେଇଥିଲେ କିନ୍ତୁ ବିଧାୟକ ସତ୍ୟଜିତ ଗୋମାଙ୍ଗ ଓ ସାଂସଦ ସପ୍ତଗିରି ଉଲାକା ଭୋଟ ଦେବା ନିମନ୍ତେ ଅନୁପସ୍ଥିତ ରହିଥିଲେ । ଇତି ମଧ୍ୟ୍ୟ ରେ ଅଧକ୍ଷା ଲଷ୍ମୀ ଶବର ବ୍ଲକ ଅଫିସ କୁ ଆସି ହାଇକୋର୍ଟ ଙ୍କ ଆଦେଶ କୁ ଗୋଷ୍ଠି ଉନୟନ ଅଧିକାରୀ ଗୁଡାରି ଙ୍କୁ ଦେଇ ଚାଲିଯାଇଥିଲେ l ହାଇକୋର୍ଟ ଙ୍କ ନିର୍ଦେଶ ନାମାରେ ପଂଚାୟତ ରାଜ ପ୍ରମୁଖ ସାଚନ ସଚିବ ରାୟଗଡା ଜ଼ିଲ୍ଲାପାଳ, ଉପ ଜ଼ିଲ୍ଲାପାଳ ଗୁଣୁପୁର, ଗୋଷ୍ଠୀ ଉନୟନ ଅଧିକାରୀ ଗୁଡାରି, ବ୍ଲକ ର 9 ଗୋଟି ପଂଚାୟତ ର ନିର୍ବାଚିତ ସରପଞ୍ଚ ଇ ସମିତି ସଭ୍ୟ ସଭ୍ୟା ଙ୍କୁ ନୋଟିସ ଜାରିକରାଯାଇଥିବା ର ସୂଚନା ମିଳିଛି l ଏହି ଅନାସ୍ଥାନ ପ୍ରସ୍ତାବ ଯଦି ସଫଳ ହୁଏ ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ତେବେ କଂଗ୍ରେସ ଦଳ ସହିତ ବର୍ତମାନ କଂଗ୍ରେସ ର ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ, କୋରାପୁଟ ସାଂସଦ ସପ୍ତଗିରି ଉଲାକା ଙ୍କୁ ଶକ୍ତ ଧକ୍କା ହେବ ଯଦି ଅନାସ୍ଥାନ ପ୍ରସ୍ତାବ ବିଫଳ ହୁଏ ବିଧାୟକ ଓ ସାଂସଦ ଙ୍କ ଦବ ଦବା ଜାରିରହିବ ବୋଲି ସମଗ୍ର ଗୁଣୁପୁର ବିଧାନସଭା ନିବାଚନ ମଣ୍ଡଳୀରେ ଆଲୋଚନା ଚାଲିଛି l ବିଧାୟକ ସତ୍ୟଜିତ ଓ ସାଂସଦ ସପ୍ତଗିରି ଏହି ଅନାସ୍ଥାନ କୁ ଭଣ୍ଡୁର କରିବା ନିମନ୍ତେ ବିଭିନ୍ନ ପ୍ରକାର ର ଗୋଟି ଚାଳନା କରିଥିଲେ କିନ୍ତୁ ବିଫଳ ହେବା ପରେ ଅଧକ୍ଷା ଙ୍କ ଜରିଆରେ ହାଇକୋର୍ଟ ଙ୍କ ଦ୍ୱାରସ୍ତ ହୋଇ ଅନାସ୍ଥାନ ପ୍ରସ୍ତାବ କାରୀଙ୍କୁ ଏକ ବିରାଟ ବଡ଼ ଝଟକା ଦେଇଛନ୍ତି ବୋଲି ଆଜି ଏହି କାର୍ଯ୍ୟକ୍ରମ କୁ ଦେଖିବା ନିମନ୍ତେ ଆସୁଥିବା ଜନସାଧାରଣ ଆଲୋଚନା କରୁଥିବା ର ଦେଖିବାକୁ ମିଳିଥିଲା l ଅନାସ୍ଥାନ ଭୋଟ ରେ ବିଜୟ ଶୁ ନିଶ୍ଚିତ ବୋଲି ବିଧାୟକ ଙ୍କ ଅସନ୍ତୁଷ୍ଟ ଗୋଷ୍ଠୀ, ବିଜେଡି ର ସ୍ଥାନୀୟ ନେତା ବିଜେପି ନେତା ସ୍ୱାଧୀନ ପ୍ରାର୍ଥୀ ଙ୍କ ଦୃଢ଼ ସମର୍ଥକ ମାନେ ଫୁଲମାଳ ସହିତ ଆତସ ବାଜି କରି ଗୁଡାରି ସହର ରେ ବୁଲିବା ନିମନ୍ତେ ଯେଉଁ ଆୟୋଜନ କରିଥିଲେ ତାହା ମୌଳି ଯାଇଥିଲା l ଗୁଡାରି ସହର ବିଜେଡି ର କର୍ମକର୍ତା ଙ୍କ ମୁହ ରେ ଦୁଃଖ ର ଛାୟା ଦେଖିବାକୁ ମିଳିଥିଲା l ଅନାସ୍ଥା ଭୋଟର ସମ୍ମୁଖୀନ ହେଲେ କଂଗ୍ରେସ ସମର୍ଥିତ ବ୍ଲକ ଅଧ୍ୟକ୍ଷା ଲଷ୍ମୀ ଶବର l ତେବେ ଅନସ୍ଥା ନିର୍ବାଚନ ଶେଷ ହୋଈଥିଲେ ମଧ୍ୟ ଫଳାଫଳ ଘୋଷଣା ନ କରିବା ପାଇଁ ହାଇକୋର୍ଟ ରୁ ରହିତା ଦେଶ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷା ଲଷ୍ମୀ ଶବର l ଯାହା ଫଳରେ କେତେ ଗୋଟି ଭୋଟ ଅନାସ୍ଥା ସପକ୍ଷରେ ଓ ବିପକ୍ଷ ରେ ଯାଇଛି ତାହା ଅସ୍ପଷ୍ଟ ହୋଇରହିଛି । ଭୋଟ ଦେଇ ଫେରିବା ପରେ ବ୍ଲକ ଉପାଧକ୍ଷ ବିଶ୍ୱନାଥ ଶବର ଓ ଅସଡା ସରପଞ୍ଚ ବେଶ ଖୁଶୀ ବ୍ୟକ୍ତ କରି ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଜେ ଆମେ 16 ଜଣ ଅଧକ୍ଷା ଙ୍କ ବିରୋଧ ରେ ଭୋଟ ଦେଇଛୁ କିନ୍ତୁ ମାନ୍ୟବର କୋର୍ଟ ଆଦେଶ ରର ଭୋଟ ଗଣତି କୁ ବନ୍ଦ ରଖିଛନ୍ତି ହାଇକୋର୍ଟଙ୍କ ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଘୋଷଣା ହୋଇ ପାରିବନି ବୋଲି ସେଥିପାଇଁ ଆମେ ସମ୍ମାନ ର ସହ କୋର୍ଟ ଙ୍କ ଆଦେଶ କୁ ମାନୁଛୁ l ସ୍ଥାନୀୟ ତହସିଲଦାର ତଥା ରିଟନିଂ ଅଫିସର ଏ ସ୍ନେହଲତା ସୂଚନା ଦେଇ କହିଛନ୍ତି ଜେ ନିର୍ବାଚନ ସରିଲା ଭୋଟ ଗଣତି ନିମନ୍ତେ ବନ୍ଦ ରଖିବା କୁ ନିର୍ଦେଶ ଦେଇଥିବା ରୁ ଗଣତି ହୋଇପାରିନାହିଁ ବୋଲି l ସୂଚନା ମୁତାବକ ଗତ ୧୮ ଜୁନରେ ବ୍ଲକ ଅଧ୍ୟକ୍ଷା ଙ୍କ ମନୋମୁଖୀ ଶାସନ ବିରୋଧରେ ବ୍ଲକ ର ୧୪ ଜଣ ସରପଞ୍ଚ ଓ ସମିତିସଭ୍ୟ ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ଆଗତ କରିବା ପାଇଁ ଗୁଣୁପୁର ଉପଜ଼ିଲ୍ଲାପାଳ ଙ୍କ ନିକଟରେ ଫେରାଦ ହୋଇଥିଲେ l ଏହି ଅନାସ୍ଥାନ ପ୍ରସ୍ତାବ ପଛରେ ବିଧାୟକ ଙ୍କ ଅସନ୍ତୁଷ୍ଟ ଗୋଷ୍ଠି ଗୁଣୁପୁର ପୌର ପାଳିକା ଉପାଧ୍ୟକ୍ଷ ଶିବ ଗୌଡ଼, ଗୁଡାରି ର ପୁରୁଖା କଂଗ୍ରେସ ନେତା ରଘୁନାଥ ପାତ୍ର, ରାୟଗଡା ଜ଼ିଲ୍ଲା ବିଜେଡି ର ବରିଷ୍ଠ ନେତା ନିଜ ନିଜ ର ସ୍ୱାର୍ଥ ନିମନ୍ତେ ଏହି ଅନାସ୍ଥାନ ପ୍ରସ୍ତାବ ପାଇଁ ଯୋଜନା କରିଥିଲେ ବୋଲି ସମଗ୍ର ଜ଼ିଲ୍ଲା ରେ ଚର୍ଚ୍ଚା ଚାଲିଛି l ଉପ ଜ଼ିଲ୍ଲାପାଳ ସମସ୍ତ ଦସ୍ତଖତ ଯାଞ୍ଚ କରି ନିର୍ବାଚନ ତାରିଖ ଘୋଷଣା କରିଥିଲେ l ଭୋଟ ଦେଇଥିବା ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥା ରେ ନିଶ୍ଚିତ ଭାବେ ଅଧକ୍ଷା ଙ୍କ ପଦବୀ ଯିବ ବୋଲି ଦୃଢତାର ସହ କହିଛନ୍ତି। ଅନାସ୍ଥାନ ଭୋଟ କାର୍ଯ୍ୟକ୍ରମ ରେ ଗୁଡ଼ାରୀ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ତୁଲାଇ ଥିଲେ l ଶାନ୍ତି ଶୃଙ୍ଖଳା ନିମନ୍ତେ ଏକ ପ୍ଲାଟୁନ ପୋଲିସ ଏହି ସମୟ ରେ ନିୟୋଜିତ ରହିଥିଲେ l

By admin

Leave a Reply

Your email address will not be published. Required fields are marked *