କାଲିମେଳା: ଲଘୁଚାପ ଜନିତ ବର୍ଷାରେ ବୁଡ଼ିଲା କାନ୍ୟଶ୍ରାମ ପୋଲ, ଯୋଗାଯୋଗ ବ୍ୟବସ୍ଥା ଠପ୍

Spread the love

କାଲିମେଳା:୨୫ ଜୁଲାଇ ୨୦୨୫ – ଲଘୁଚାପ ଜନିତ ଲଗାତାର ବର୍ଷା ଫଳରେ କାନ୍ୟଶ୍ରାମ ନଦୀ ବ୍ୟାପକ ରୂପେ ବେପରୁଆ ହୋଇଯାଇଛି। ବନ୍ୟା ପାଣି ୨ ଫୁଟ ପର୍ଯ୍ୟନ୍ତ ବଢି ଯାଇଥିବାରୁ କାନ୍ୟଶ୍ରାମ ପୋଲ ଉପରେ ଜଳ ପ୍ରବାହିତ ହେଉଛି। ଏହି ପରିସ୍ଥିତିରେ କାଲିମେଳା ବ୍ଲକ ଓ ପଡିଆ ବ୍ଲକ ମଧ୍ୟରେ ଯୋଗାଯୋଗ ପୁରାପୁରି ବିଛିନ୍ନ ହୋଇପଡିଛି।ପୋଲ ବୁଡ଼ିଯିବା ଦୃଶ୍ୟ ସାମ୍ନାକୁ ଆସିଥିବାବେଳେ ଏଠାରେ ଯାତ୍ରୀବାହୀ ବସ, ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହାନ ଉଭୟ ପଟେ ଅଟକି ପଡିଛନ୍ତି। ଯାତ୍ରୀମାନେ ଅସୁବିଧାରେ ଅଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ଅନୁମାନ କରାଯାଉଛି ଯେ, ଯେପର୍ଯ୍ୟନ୍ତ ଜଳସ୍ତର କମିନି, ସାଧାରଣ ଯୋଗାଯୋଗ ପୁନଃ ସ୍ଥାପନ ସମ୍ଭବ ନୁହେଁ। ପ୍ରଶାସନ ଦ୍ୱାରା ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଖବର ମିଳିଛି।