ଦୁର୍ଦାନ୍ତ ମାଓ ଦମ୍ପତିର ଆତ୍ମସମର୍ପଣ

ଦୁର୍ଦାନ୍ତ ମାଓ ଦମ୍ପତିର ଆତ୍ମସମର୍ପଣ,


ମାଲକାନଗିରି: ଦୁର୍ଦାନ୍ତ ମାଓ ଦମ୍ପତିର ଆତ୍ମସମର୍ପଣ, ୪୫ ବର୍ଷ ପରେ ବାହାରିଲେ ବିପଥରୁ

ମାଲକାନଗିରି, ତା. ୧୭ ଜୁଲାଇ – ଦୀର୍ଘ ୪୫ ବର୍ଷ ଧରି ମାଓବାଦୀ ସଂଗଠନରେ କାର୍ଯ୍ୟ କରିବା ପରେ ଏକ ଦୁର୍ଦାନ୍ତ ମାଓ ଦମ୍ପତି ଅବଶେଷରେ ମୁଖ୍ୟସ୍ରୋତ ଜୀବନକୁ ବାଛିଛନ୍ତି। ତେଲେଙ୍ଗାନାର ରାଚକୋଣ୍ଡା ପୁଲିସ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି।

ଏହି ଦମ୍ପତି ହେଲେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ଓ ରାଜ୍ୟ କମିଟି ସଦସ୍ୟ ମାଲା ସଂଜୀବ ଅରଫ ଲେଙ୍ଗୁ ଦାଦା (୬୨) ଓ ତାଙ୍କ ଜୀବନ ସଙ୍ଗୀନୀ ପେରାଗୁଡା ପାର୍ବତୀ ଅରଫ ଦୀନା (୫୦), ଯିଏ ଷ୍ଟେଟ କମିଟି ମେମ୍ବର ଭାବରେ କାର୍ଯ୍ୟ ରତ ଥିଲେ।

ପୁଲିସ ସୂତ୍ର ଅନୁଯାୟୀ, ଦମ୍ପତି ଦଣ୍ଡକାରଣ୍ୟ ଅଞ୍ଚଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଛନ୍ତି ଓ ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ସେମାନଙ୍କ ନାମ ଉଲ୍ଲେଖ ହୋଇଥିଲା। କିନ୍ତୁ ବର୍ତ୍ତମାନ ସେମାନେ ସାଧାରଣ ଜୀବନ ବାଛି, ଶାନ୍ତି ଓ ସମୃଦ୍ଧିରେ ବାକି ଜୀବନ କାଟିବାକୁ ଚାହାଁନ୍ତି।

ପୁଲିସ ପକ୍ଷରୁ ଜଣାପଡ଼ିଛି ଯେ, ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ସେମାନଙ୍କୁ ପୁନର୍ବାସ ଓ ସୁରକ୍ଷା ସୁବିଧା ଦିଆଯିବ।


Leave a Reply

Your email address will not be published. Required fields are marked *