ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର କିଶୋରୀ ତାଲିମ ଶିବିର। ସେମିଳିଗୁଡା.ତାରିଖ ୧୩,୭,୨୦୨୫.ସେମିଳିଗୁଡାର ମଲ୍ଟି ଫଂକସନ ହଲରେ ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ଆନୁକୁଲ୍ୟରେ କିଶୋରୀ ବାଳିକାମାନଙ୍କ ପାଇଁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ସୁନାବେଡା ପୌର ପରିଷଦର ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ଯୋଗଦେଇ କିଶୋରୀମାନଙ୍କ ସର୍ବାଙ୍ଗୀନ ବିକାଶ ବିଷୟରେ କହିଥିଲେ। ସମ୍ମାନିତ ଅତିଥିଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ କିଶୋରୀମାନଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି,ଅନ୍ତର୍ନିହିତ ଗୁଣର ବିକାଶ ଉପରେ କହିଥିଲେ।ବ୍ୟାଙ୍କର କର୍ମଚାରୀ ମନୋଜ କୁମାର ମଣ୍ଡଳ ଜିରୋ ଆକାଉଣ୍ଟ ଖୋଲିବାରେ ବ୍ୟାଙ୍କ ସହଯୋଗ କରିବ ବୋଲି କହିଥିଲେ।ବ୍ୟାଙ୍କ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଉସ୍ଚାହିତ କରିଥିଲେ। ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲେ।ଲିଭ ଫର ଅଦର୍ସର ସଦସ୍ଯା ବିଶ୍ବ ବନ୍ଦିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ମିଶ୍ର କିଶୋରୀ ବାଳିକାମାନଙ୍କୁ ଦକ୍ଷତା ବୃଦ୍ଧି ଦଶଟି ଜୀବନ କୌଶଳ, ସ୍ବାସ୍ଥ୍ୟ ,ପୋଷଣ ,ସୁରକ୍ଷା ପ୍ରଭୃତି ଉପରେ ତାଲିମ ପ୍ରଦାନ କରିଥିଲେ।ଏହି ତାଲିମ ଶିବିରରେ ବିଲେଇଗୁୁଡା,ଗାଦବା ସାହୀ,କୋଡିଙ୍ଗା ଆର.କେ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।୬୬ ଜଣ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ କିଟ ଯୋଗାଇ ଦିଆ ଯାଇ ଥିଲା। କାର୍ଯ୍ୟକ୍ରମରେ ରଞ୍ଜିତା ଜେନା ଓ ଜୁନେଶ ମୁଠାଇ ସହଯୋଗ କରିଥିଲେ।ଆଗାମୀ ଦିନରେ ବସ୍ତି ଅଂଅଞ୍ଚଳ ଓ ଗ୍ରାମାଞ୍ଚଳ କିଶୋରୀମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କୁ ସମର୍ଥ କରାଯିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।
