ଶିକ୍ଷକଙ୍କ ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ :
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ବିଦ୍ୟାଳୟ ଠାରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀଙ୍କ ଅଧକ୍ଷ୍ୟତା ରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ l ଏହି ବୈଠକ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀଙ୍କ ଅଧକ୍ଷ୍ୟତା କରିଥିଲେ ଏବଂ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ,ଶ୍ରୀଯୁକ୍ତ ଗଣେଶ୍ୱର କହଁର,ଓ ଶ୍ରୀମତୀ ବିନୋଦିନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ l ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ସି ଆର ସି ସି ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ପିକରଡ଼ି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକ କୁ ଶିକ୍ଷକ ଶ୍ରୀଯୁକ୍ତ ରାଜ କୁମାର ସାହୁ ଓ ଜିଲ୍ଲା ସହାୟକ ଅଧିକାରୀ ଶ୍ରୀଯୁକ୍ତ ସୁଧୀର କୁମାର ନାୟକ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ ଏବଂ ଏହି ବୈଠକ ରେ ମୁଖ୍ୟତଃ ବିଦ୍ୟାଳୟ ର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l ସେଥିରେ ୟୁ ଡାଇସ ପ୍ଲସ ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା, ମାଟ୍ରିକ ପରୀକ୍ଷା ଫଳ ସମୀକ୍ଷା, ପ୍ରାଥମିକ ବିଦ୍ୟାଳୟ ର ୟୁନିଫର୍ମ କ୍ରୟ, ପାଠାଗାର ଓ ଡିଜିଟାଲ ପାଠାଗାର କୁ ସକ୍ରିୟ କରିବା, ମାସିକ ଶିକ୍ଷଣ ଯୋଜନା, ନବମ ଶ୍ରେଣୀର ଉପସ୍ଥାନ ଓ ମାର୍କ ଲେଖିବା, ଚଳିତ ଶିକ୍ଷାବର୍ଷ ପାଇଁ ଆକାଂକ୍ଷୀ ପାଠ୍ୟକ୍ରମ ଓ ଆକାଂକ୍ଷୀ କ୍ଳବ ର ପରିଚାଳନା, ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି,ବିଦ୍ୟାଳୟ ରେ ଡ୍ରପ ଆଉଟ ଶିକ୍ଷାର୍ଥୀ ଙ୍କ ସ୍ଥିତି ଓ ପୁନଃ ଶିକ୍ଷା ପ୍ରତି ଆକର୍ଷିତ କରିବା, କ୍ଳବ ଓ ହାଉସ ର ପୁନଃରୀକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି l ଏହାପରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା I ପିକରଡ଼ି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନୀଲ କୁମାର ମୋହିନୀ ଓ ଷ୍ଟାଫ୍ ଙ୍କ ଦ୍ୱାରା ବହୁତ ସୁନ୍ଦର ବ୍ୟବସ୍ଥା ଓ ପରିଚାଳନା ଯୋଗୁଁ ସମସ୍ତେ ଭୃଷୟୀ ପ୍ରଶଂସା କରିଛନ୍ତି l