ଦୁଇ ଯୁବ ଗୋଷ୍ଠୀ କଳହ ଉଗ୍ର ରୂପରେ ଜଣକୁ ଛୁରୀ ଭୁସି ହତ୍ୟା,ଆଉ ଜଣଙ୍କର ଗୁରୁତର ଅବସ୍ଥା ….
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତ ନିକଟସ୍ଥ ହାଟପଦା ସାହିରେ ଗୁରୁବାର ରାତିରେ ଫିରିଙ୍ଗିଆ ବ୍ଲକରୁ ତିନିଜଣ ଯୁବକ ଆସି ଛୋଟ କଥା ରୁ ଉଭୟ ଭିତରେ ଗଣ୍ଡଗୋଳ ଶୃଷ୍ଟି ହୋଇ ତାହା ଦୁଇଙ୍କ ଭିତରେ ଉଗ୍ର ରୂପ ନେଇ ଥିଲା l ମୃତ ଯୁବକ ଜଣକ ହେଲେ ବସନ୍ତ ଦେହୁରୀ(ବୟସ-୩୪),l ଆଉ ଜଣେ ପିଣ୍ଟୁ କହଁର ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ.ସ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଅନ୍ୟଜଣେ ଯୁବକ ଲକ୍ଷ୍ମୀକାନ୍ତ ରଣା ସାମାନ୍ୟ ଆହାତ ହୋଇ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସା ହୋଇ ଆଜି ଘରକୁ ଫେରିଥିବା ଜଣାପଡିଛି । ଏହି ୩ ଜଣଙ୍କ ଘର ଶଙ୍କରାଖୋଲ ହାଟପଦା ସାହିର ବୋଲି ଜଣାପଡିଛି । ଏପଟେ ଗ୍ରାମବାସୀ ଘଟଣା ସ୍ଥଳରେ ଫିରିଙ୍ଗିଆର ଜଣେ ଯୁବକ ଗୋପି କେସନ ମଲ୍ଲିକଙ୍କୁ କାବୁ କରି ପୋଲିସକୁ ଜିମା ଦେଇଥିବା ବେଳେ, ଘଟଣାସ୍ଥଳରେ ଫିରିଙ୍ଗିଆ ମୁଖ୍ୟ ଅଭିଯୁକ୍ତ ତପନ ବିଶୋଇ ସହ ଅନ୍ୟଜଣେ ମାନସ ମଲ୍ଲିକ ଫେରାର ଥିବା ଜଣାପଡୁଛି । ଏହି ନେଇ ଟିକାବାଲି ଥାନାରେ ଦଫା ୧୦୩/୨/୧୦୮/୩/୫BNS ୧୦୭ / ୨୪ ରେ ମାମଲା ରୁଜୁ ହୋଇ ତଦନ୍ତ ଲିଥିବା ବେଳେ ଖୁବଶୀଘ୍ର ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯିବା ସହ ଯେଉଁମାନେ ତଦନ୍ତ ପରିସରକୁ ଆସିବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଅଧିକାରୀ କଲ୍ୟାଣମୟୀ ଷେଣ୍ଢ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗୁରୁବାର ଦିନ ଶଙ୍କରାଖୋଲ ନିକଟ ଶାଳବଣରେ ଜି.ଉଦୟଗିରିରୁ ପୁଅ ଝିଅ ଆସି ଭୋଜି କରୁଥିବା ବେଳେ ଫିରିଙ୍ଗିଆରୁ କିଛି ଯୁବକ ଆସି ଉକ୍ତ ସ୍ଥାନରେ ଭୋଜି କରୁଥିଲେ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ପରେ ଉଦୟଗିରିର କିଛି ଯୁବକ ଶଙ୍କରାଖୋଲ ଦୁଇଜଣ ଯୁବକ ସନ୍ତୋଷ ନାୟକ ଓ ସ୍ୱପ୍ନଜିତ କୁମାର ମିଶ୍ରଙ୍କୁ ଗଣ୍ଡଗୋଳ ବିଷୟରେ ଜଣାଇଥିଲେ । ଘଟଣାସ୍ଥଳରେ ଦୁଇ ଯୁବକ ସ୍ୱପ୍ନଜିତ ଓ ସନ୍ତୋଷ ଘଟଣା ସ୍ଥଳରେ ପହଂଚି ଫିରିଙ୍ଗିଆ ଯୁବକ ମାନଙ୍କ ସହିତ ଗଣ୍ଡଗୋଳ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା । କିଛି ସମୟ ପରେ ସନ୍ତୋଷ ଜଣକ ଫିରିଙ୍ଗିଆ ଯୁବକ ମାନଙ୍କୁ ଫୋନ କରି ପିଟିବା ପାଇଁ ଡାକିଥିଲେ । ଏହାପରେ ଫିରିଙ୍ଗିଆର କିଛି ଯୁବକ ବାଇକ ଯୋଗେ ଆସି ରାତି ୧୦ ଟାରେ ସନ୍ତୋଷଙ୍କୁ ଜୀବନରୁ ମାରି ଦେବା ପାଇଁ ଉଦ୍ୟମ କରୁଥିଲା ବେଳେ ଜୀବନ ବଞ୍ଚାଇବାକୁ ଯାଇ ନିଜ ଘର ଭିତରକୁ ପଳାଇଯାଇ ପଡୋଶୀ ପିଣ୍ଟୁ, ବସନ୍ତ ଓ ଲକ୍ଷ୍ମୀକାନ୍ତ ଙ୍କୁ ପାଟିକରି ଡାକିଥିଲେ । ଡାକ ଶୁଣି ଏହି ତିନିଜଣ ଘଟଣାସ୍ଥଳକୁ ଆସିଥିବା ବେଳେ ଫିରିଙ୍ଗିଆର ଯୁବକ ମାନେ ସେମାନଙ୍କୁ ଅତର୍କିତ ଭାବେ ଉକ୍ତ ଯୁବକ ମାନଙ୍କୁ ଛୁରାମାଡ କରିଥିଲେ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣା ସ୍ଥଳରେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଉଭୟଙ୍କୁ ଚିକିତ୍ସା କରାଇବାରେ ସାହାଯ୍ୟ କରିଥିବା ବେଳେ ଭୁବନେଶ୍ୱର ଏମ.ସ ଡାକ୍ତରଖାନାକୁ ପଠାଇଥିଲେ । ଏମ.ସ ଡାକ୍ତରଖାନାରେ ଚିକିତ୍ସା ଅବସ୍ଥାରେ ବସନ୍ତର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କର ଚିକିତ୍ସା ଚାଲିଥିବାର ଜଣାପଡୁଛି । ଏପଟେ ଟିକାବାଲି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନଭୀନ ଚଲାଇଥିବା ଜଣାପଡିଛି ।