ସଳପଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳନ….
କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୫ତମ ବନମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ବୃକ୍ଷ ଟିଏ ମଣିଷ ଟିଏ l ବୃକ୍ଷ ହଁ ଜୀବନ ବୃକ୍ଷ ବିନା ମଣିଷ ବଂଚିବା ଅସମ୍ଭବ ଅଟେ l ବନମହୋତ୍ସବ ଅବସରରେ ଇକୋ କ୍ଳବ୍ ଓ ସାଇନ୍ସ କ୍ଳବ୍ ର ମିଳିତ ସହଯୋଗରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବୃକ୍ଷ ରୋପଣ କରିଛନ୍ତି । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅନିଳ କୁମାର ସ୍ବାଇଁ ବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରେରଣା ଯୋଗାଇଥିଲେ । ବନମହୋତ୍ସବ ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମିଳିତ ରେ ଆମ୍ବ,ପଣସ,କଦମ୍ବ,ନିମ୍ବ,ଚମ୍ପା, ଅଁଳା,ବଉଳ, ବିଷ୍ଣୁଚୁଡା,ଦେବଦାରୁ ବିଭିନ୍ନ ଉପକାରିତା ୧୨୦ ଟି ଗଛ ଲଗାଇଥିବା ଦେଖିବାକୁ ମିଳିଛି l ଗଛ ଲଗାଇବା ଦ୍ୱାରା ଆମ ଚତୁର୍ପାଶ୍ୱ ର ପରିବେଶ ସବୁଜ ସୁନ୍ଦର ହେବା ସହିତ ମଣିଷକୁ ବଂଚିବା ପାଇଁ ଅମ୍ଳଜାନ ଦିଏ l ଯାହାରୀ ଫଳରେ ମଣିଷ ବଂଚିବା ରେ ଉତ୍ତମ ପରିବେଶ ସୃଷ୍ଟି ହୁଏ l ଏଣୁ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀଙ୍କୁ ବୃକ୍ଷ ଆମ ପାଇଁ କେତେ ଜରୁରୀ ତାହା ଜାଣିବା ଓ ଅନ୍ୟକୁ ଜଣାଇବା ନିଜ ପାଇଁ ଓ ପରିବେଶ ସବୁଜ ସୁନ୍ଦର ପାଇଁ ଗଛଟିଏ ଜରୁରୀ ଅଟେ l