ପୋଖରୀରେ ବୁଡି ଜଣେ ମୃତ।
ଗତକାଲି ଅପରାହ୍ନରେ କୁକୁଡ଼ାଖଣ୍ଡି କରଣ ସାହିର ଶିବରାମ କୋଠିଆ ନାମକ ଜଣେ ବ୍ୟକ୍ତି ଅକାଳ ମୃତ୍ୟୁବରଣ କରିଛନ୍ତି। ଖବର ରୁ ପ୍ରକାଶ ଯେ ମୃତ ଶିବରାମ ସବୁଦିନ ଭଳି ଗାଁ ପୋଖରୀ କୁ ଗାଧୋଇ ଯାଇ ଅଚାନକ ଗୋଡ ଖସି ବନ୍ଧ ଭିତରକୁ ଚାଲିଯାଇଥିଲା। ନିକଟରେ ଦେଖୁଥିବା ଜଣେ ମହିଳା ତାଙ୍କ ଘର ଲୋକଙ୍କୁ ଖବର ଜଣାଥିଲା ଓ ପରିବାର ଲୋକେ ଅଗ୍ନିଶମ ବିଭାଗ ସହ ପୋଖରୀ ନିକଟକୁ ଯାଇ ଖୋଜି ପ୍ରାୟ ତିନି ଘଣ୍ଟା ପରେ ତାକୁ ଉଦ୍ଧାର କରି ଦେଖିଲା ବେଳକୁ ଶିବରାମର ମୃତ୍ୟୁ ହୋଇଯାଇଛି।ସଙ୍ଗେ ସଙ୍ଗେ ତାକୁ ପୋଲିସ ସହାୟତାରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଥିଲେ ଓ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
