ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ଜୁନ୍ ୨୧ ତାରିଖରେ “ଆତ୍ମ ଓ ସମାଜ ପାଇଁ ଯୋଗ” ଶୀର୍ଷକରେ ଭବ୍ୟ ଉତ୍ସବ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କ୍ୟାମ୍ପସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍ ସି ପଣ୍ଡା ଓ ଯୋଗ ବିଶେଷଜ୍ଞ ଶ୍ରୀ ଜୟ କୃଷ୍ଣ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଶ୍ବବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ ସୁନାବେଡ଼ା ସ୍ଥିତ ସରକାରୀ ହାଇସ୍କୁଲ ଓ ଜଗନ୍ନାଥ ବିଦ୍ୟା ପୀଠର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ।ପ୍ରାରମ୍ଭିକ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ଯୋଗକୁ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ନିୟମିତ ଯୋଗଅଭ୍ୟାସ ଦ୍ୱାରା ସୁସ୍ଥ ମନ, ଶରୀର ଓ ଆତ୍ମାକୁ ପ୍ରୋତ୍ସାହିତ କରାଯାଇ ସମୃଦ୍ଧ ଓ ପରିପୂର୍ଣ୍ଣ ଜୀବନ ଯାପନ ହୋଇଥାଏ। ଯୋଗ ଦ୍ୱାରା ମିଳୁଥିବା ଆଭ୍ୟନ୍ତରୀଣ ଆନନ୍ଦକୁ ଅନୁସନ୍ଧାନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍ ସି ପଣ୍ଡା ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷର ବିଷୟବସ୍ତୁର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା ଜୟ କୃଷ୍ଣ ପଧାନଙ୍କ ଦ୍ୱାରା ଆୟୋଜିତ ଯୋଗ କର୍ମଶାଳା, ଯେଉଁଥିରେ ସାଧାରଣ ଯୋଗ ପ୍ରୋଟୋକଲ ଅନୁଯାୟୀ ବିଭିନ୍ନ ଆସନ ପ୍ରଦର୍ଶନ ପୂର୍ବକ ଅଂଶଗ୍ରହଣକାରୀ ମାନେ ଯୋଗାଭ୍ୟାସ କରିଥିଲେ । ଶାରୀରିକ ବ୍ୟାୟାମ ସହ ଭ୍ରମରୀ, ଧ୍ୟାନ, ଶୀତଳି, କପାଳଭାଟି, ନାଡିଶୋଧନ, ସେତୁ ବନ୍ଧନାସନ, ବକ୍ରାସନ, ଭଦ୍ରାସନ, ଅର୍ଧା ଚକ୍ରସନ ଓ ତାଡାସନ ଆଦି ଯୋଗ ପ୍ରଦର୍ଶନ କରିଥିଲେ । ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ମିନତୀ ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଗଣିତ ବିଭାଗର ସହକାରୀ ପ୍ରଫେସର ଡ. ସର୍ବେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Related Posts
ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ
କୋରାପୁଟ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ…
ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍।
କଟକ:ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍। ଦୁର୍ଘଟଣାରେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ତିର୍ତ୍ତୋଲ ବଜାର ନିକଟରେ ଏହି ଦୁର୍ଘଟଣା…
କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରାଳୟର ଆଞ୍ଚଳିକ ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ
କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରାଳୟର ଆଞ୍ଚଳିକ ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ…