ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଜନ୍ମ ଜୟନ୍ତୀ ଓ ପାଠଚକ୍ର ଆୟୋଜିତ ସେମିଳିଗୁଡା: ତା:୨୮/୦୬/୨୫ (ସମିସ୍): ସେମିଳିଗୁଡା ମହାବିଦ୍ୟାଳୟର ଓଡିଆ ବିଭାଗରେ ଆନୁଷ୍ଠାନିକ ଭାବରେ ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଜନ୍ମ ଜୟନ୍ତୀ ଓ ଏକ ପାଠ ଚକ୍ର ଆୟୋଜିତ ହୋଇଯାଇଛି । ଉକ୍ତ ପାଠ ଚକ୍ରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାବିଦ୍ୟାୟଳର ନୂତନ ଅଧ୍ୟକ୍ଷା ଡ଼ . ଝାନ୍ ସି ସିଂହ ପରିବାର ଗଠନରେ ଯେପରି ପିତୃପୁରୁଷଙ୍କ ଗୁରୁତ୍ୱ ରହିଛି, ସେହିପରି ଦେଶ ଓ ଜାତି ଗଠନରେ ନିଜକୁ ଉତ୍ସର୍ଗିକୃତ କରିଥିବା ମହାନ ବ୍ୟକ୍ତିଙ୍କ ସ୍ମୃତିଚରଣ ମଧ୍ୟ ଅପରିହାର୍ଯ୍ୟ ବୋଲି ମତ ଉପସ୍ଥାପନ କରିଥିଲେ। ଏହା ସହିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା ବିକ୍ରମ ଦେବ ବର୍ମାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଦେଓମାଳି ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ଜୟ ବାଡତ୍ୟା ଓ ସୁନାବେଡା ପୌରପରିଷଦର ପାରିଷଦ ମମତା ରାୟ ଯୋଗଦେଇ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଦିଗରେ ମହାରାଜା ବର୍ମାଙ୍କ ଅବଦାନକୁ ମନେ ପକାଇଥିଲେ । ଓଡିଆ ବିଭାଗର ଅଧ୍ୟାପିକା ବବିତା ମିଶ୍ର ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ସାହିତ୍ୟକ ଜୀବନ, ଓଡିଆ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିବେଳେ ଅଧ୍ୟାପକ ଡ଼. ରମେଶ କୁମାର ମଲ୍ଲିକ ନନ୍ଦପୁର ରାଜବଂଶର ଇତିହାସ ଓ ଶ୍ରୀ ବର୍ମାଙ୍କ ସାମଗ୍ରିକ ଜୀବନ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଶ୍ରୀବର୍ମାଙ୍କ ପ୍ରଚେଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୁଭ୍ରାଂଶୁ ସୁନ୍ଦର ଦାସ ପାଠଚକ୍ରର ପ୍ରଶଂସା କରିବା ସହ ଆଗାମୀ ଭବିଷ୍ୟତରେ ମହାରାଜ ବିକ୍ରମ ଦେବଙ୍କ ସମ୍ପର୍କରେ ଆଲୋଚନା ର ଆବଶ୍ୟକତାକୁ ଉତଥାପନ କରିଥିଲେ । ବିଭାଗର ଛାତ୍ରୀ କସ୍ତୁରୀ ତଲବା ଓ ଖଗେଶ୍ଵରୀ ସାଗର ନିଜର ପ୍ରବନ୍ଧ ଉପସ୍ଥାପନ କରିବା ସହ ଅନ୍ତିମ ପର୍ଯ୍ୟୟରେ ଅଧ୍ୟାପିକା ଦିଗେଶ୍ଵରୀ ଶିଖା ଧନ୍ୟବାଦ ଅର୍ପଣ କରିଥିଲେ। CReport by ch Kurma Rao semiliguda


