ରାୟଗଡା ରେଲୱେ ପୋଲିସ ପକ୍ଷରୁ ରେଲ ଯାତ୍ରୀଙ୍କୁ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ରେଲୱେ ପୋଲିସ ପକ୍ଷରୁ ରେଲ ଯାତ୍ରୀଙ୍କୁ ସଚେତନତା କାର୍ଯ୍ୟକ୍ରମ

ରାୟଗଡା : (ଅମୁଲ୍ୟ ନିଶଙ୍କ ) ରାୟଗଡା ରେଲୱେ ପୋଲିସ ପକ୍ଷରୁ ଟ୍ରେନ ରେ ଯାତାୟତ କରୁଥିବା ଯାତ୍ରୀଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ 1 ନମ୍ବର ପ୍ଲାଟଫର୍ମ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଟ୍ରେନ ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ଛୋଟ ଛୋଟ ଭୁଲ ପାଇଁ ଅକାଳ ରେ ଅମୁଲ୍ୟ ଜୀବନ ଚାଲିଯାଉଛି ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଜେସୂର୍ଯ୍ୟନାରାୟଣ ରାଓ ଏ ଏସ ଆଇ ଆର ପି ଏଫ ଙ୍କ ନେତୃତ୍ୱ ରେ ରେଲୱେ ଥାନା କର୍ମଚାରୀ ଙ୍କ ସହିତ ଟ୍ରେନ ଯାତ୍ରୀଙ୍କୁ ଟ୍ରେନ ଯାତ୍ରା ସମୟ ରେ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବା ନିମନ୍ତେ ସଚେତନତା କରି କହିଥିଲେ ଜେ ଚଳନ୍ତା ଟ୍ରେନ ରେ ନ ଚଡିବା ଓ ଉଲହିବା, ଗୋଟିଏ ପ୍ଲେଫୋରମ ରୁ ଅନ୍ୟ ପ୍ଲାଟଫର୍ମ କୁ ଯିବା ନିମନ୍ତେ ପାଦ ଚଲା ପଥ ବ୍ରିଜ ବ୍ୟବହାର କରିବା, ବିକଳାଙ୍ଗଓ ମହିଳା ବଗି ରେ ନ ଚଡିବା, ବିନା ଟିକେଟ ରେ ଯାତ୍ରା ନ କରିବା, ବିନା ପ୍ଲାଟଫର୍ମ ଟିକେଟ ରେ ଷ୍ଟେସନ ମଧ୍ୟକୁ ପ୍ରବେଶ ନ କରିବା, ଗୋଟିଏ ପ୍ଲାଟଫର୍ମ ରୁ ଅନ୍ୟ ପ୍ଲାଟଫର୍ମ କୁ ରେଲ ଧାରଣା ଦେଇ ନ ଯିବା, ଟ୍ରେନ ମଧ୍ୟରେ ଅଜଣା ବ୍ୟକ୍ତି ଙ୍କ ଠାରୁ କିଛି ଖାଦ୍ୟପେୟ ଗ୍ରହଣ ନ କରିବା, ବିନା କାରଣ ରେ ଚେନ ନ ଟାଣିବା, ରେଲୱେ ଫାଟକ ବନ୍ଦ ଥିବା ସମୟରେ ଫାଟକ ଦେଇ ମୋଟର ସାଇକେଲ ନ ନେବା ନିମନ୍ତେ ସଚେତନତା କରାଯାଇଥିଲା l ରେଲୱେ ପୋଲିସ ସଦା ସର୍ବଦା ଟ୍ରେନ ଯାତ୍ରୀଙ୍କ ସେବା ରେ ନିୟୋଜିତ ଯାତ୍ରା ସମୟରେ କୌଣସି ଅସୁବିଧା ହେଲେ ରେଲୱେ ପୋଲିସ କୁ ତୁରନ୍ତ ଖବର ଦିଅନ୍ତୁ ଆପଣଙ୍କ ସେବା ନିମନ୍ତେ ପୋଲିସ ରହିଛି ରହିବ ମଧ୍ୟ୍ୟ ବୋଲି ଶ୍ରୀ ରାଓ କହିଥିଲେ l

Leave a Reply

Your email address will not be published. Required fields are marked *