ଜାତୀୟ ସ୍ତରୀୟ ରକ୍ତଦାନ କର୍ମଶାଳାରେ ସ୍ନିଗ୍ଧାରାଣୀ ମିଶ୍ର ସମ୍ବର୍ଦ୍ଧିତ ସେମିଳିଗୁଡା ତାରିଖ ୧୬,୬,୨୦୨୪ ଉତ୍ତର ପ୍ରଦେଶର ନଏଡାରେ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲଠାରେ ୧୪,୬,୨୦୨୪ ରୁ ୧୬,୬,୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଫେଡେରେସନ ଅଫ ବ୍ଲଡ ଡୋନେସନ ଇଣ୍ଡିଆର ଜାତୀୟ କର୍ମଶାଳାରେ ସେମିଳିଗୁଡାର ବରିଷ୍ଠ ରକ୍ତଦାତା ଦମ୍ପତ୍ତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇଥିଲେ।ହର ଘର ରକ୍ତଦାତା କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ୍ବ ସଭ୍ଯ ୨୪ଟି ରାଜ୍ଯରୁ ଓ ପଡୋଶୀ ଦେଶମାନଙ୍କରୁ ଯୋଗ ଦେଇଥିଲେ। ସେଠାରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯପାଇଁ ଓଡିଶାରୁ ମହିଳା ରକ୍ତଦାତା ତଥା ପ୍ରବର୍ତ୍ତିକା ସ୍ନିଗ୍ଧାରାଣୀ ମିଶ୍ରଂକୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।ସାରା ଭାରତରୁ ସମୁଦାୟ ୪୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶାରୁ ସ୍ନିଗ୍ଧାରାଣୀ ମିଶ୍ର ଓ ବ୍ରହ୍ମପୁରର ଇ.ତେଜେଶ୍ୱର ରାଓ ସମ୍ବର୍ଦ୍ଧିତ ହୋଇଥିଲେ।ଏହି ତ୍ରି ଦିବସୀୟ କର୍ମଶାଳାରେ ରକ୍ତଦାନ ସଂପର୍କିତ ସଂଦର୍ଭ ଉପସ୍ଥାପନ କରାଯାଇଥିଲା। ‘ରକ୍ତଦାନ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା’ ବିଷୟରେ ଶ୍ରୀମତୀ ମିଶ୍ର ସଂଦର୍ଭ ପାଠ କରିଥିଲେ।ଏନଆଇବି ଡାଇରେକ୍ଟର ,ଦିଲ୍ଲୀ ରାମକୃଷ୍ଣ ମିଶନର ମୂଖ୍ଯ ଓ ଏଫବିଡିଓଆଇର ସେକ୍ରେଟାରୀ ଜେନେରାଲ ଅପୂର୍ବ ଘୋଷ ଶ୍ରୀମତୀ ମିଶ୍ରଂକୁ ସମ୍ବର୍ଦ୍ଧିତ କରିଥିଲେ।
Related Posts
ସେମିଳିଗୁଡା ଆମ ଓଡିଶା ଓ ସମ୍ବାଦ ସାହିତ୍ଯ ଘର ତରଫରୁ ନିଶା ନିବାରଣ ବ୍ରତ ଓ ରକ୍ଷା ବନ୍ଧନ।
ସେମିଳିଗୁଡା ଆମ ଓଡିଶା ଓ ସମ୍ବାଦ ସାହିତ୍ଯ ଘର ତରଫରୁ ନିଶା ନିବାରଣ ବ୍ରତ ଓ ରକ୍ଷା ବନ୍ଧନ। ସେମିଳିଗୁଡାସ୍ଥିତ ସମ୍ବାଦ ସାହିତ୍ଯ ଘର ତରଫରୁ ଆମ…
ଯୁବ ଡାକ୍ତରଙ୍କୁ ଅପହରଣ
ଜଣେ ଯୁବ ଡାକ୍ତରଙ୍କୁ ତାଙ୍କ ସରକାରୀ ବାସଭବନରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ।
ଜୟପୁରରୁ ରାୟଗଡ଼ା ଯାଉଥିବା ‘MSSB’ ନାମକ ଘରୋଇ ବସ୍ ଦୁର୍ଘଟଣା
ଲକ୍ଷ୍ମୀପୁର: କାଠ ବୋଝେଇ ଟ୍ରକ୍ ସହ ବସ୍ ମୁହାମୁହିଁ ଧକ୍କା*NH ୩୨୬ ଲକ୍ଷ୍ମୀପୁର ଥାନା ଡୁମୁରିପଦର ରାସ୍ତାରେ ଦୁର୍ଘଟଣା*ବସ୍ରେ ଥିବା ଏକାଧିକ ଯାତ୍ରୀ ଆହତ, ୨/୩ଟି ଆମ୍ବୁଲାନ୍ସ…