ବିଶ୍ୱାସର ଗୋଟିଏ ବର୍ଷ

ବିଶ୍ୱାସର ଗୋଟିଏ ବର୍ଷ

ଆପଣ ମାନେ କରିଥିବା ବିଶ୍ୱାସର ବର୍ଷ । ଆଶା ଓ ଭରଷାର ଗୋଟିଏ ବର୍ଷ । ଭଲ ପାଇବାର ଗୋଟିଏ ବର୍ଷ ବିତିଛି । ଆଦିବାସୀ କନ୍ଧ ସମ୍ପ୍ରଦାୟରେ ମୋର ଜନ୍ମ । ଏହି ମାଟି ସ୍ୱାଭିମାନର ମାଟି । କିନ୍ତୁ ଡାକ୍ତର ପିଣ୍ଢା ଏବଂ ଶ୍ମସାନ ଘାଟରେ ମୋ ଜିଲାର ଲୋକେ ହାରିଯାଆନ୍ତି । ସେହି ସ୍ଥାନରେ ମୋ ମାଁ ଭଉଣୀଙ୍କ ସହ ଠିଆ ହେଉ ହେଉ ଆପଣମାନେ ମୋତେ ଆଜି ବିଧାୟକ କରିଦେଇଛନ୍ତି । ଆଜି ସେହି ଆଶା ଭରଷା ଏବଂ ବିଶ୍ୱାଷ ହିସାବ ଦେଉଛି । ଏ ହେଉଛି ମୋର ଗୋଟିଏ ବର୍ଷର ସୂଚନା ପତ୍ର ( ଜଋଙଚଜଞ ଉଇଜଊ) ।ନିର୍ବାଚନ ପରେ ୩ଟି ବିଧାନ ସଭା ଅଧିବେଶନ ସରିଛି । ଜିଲାର ବିକାଶ ପାଇଁ, ମୋ ନିର୍ବାଚନ ମଣ୍ଡଳୀର ର ବିକାଶ ପାଇଁ ଏବଂ ଓଡିଶାର ବିକାଶ ପାଇଁ ପ୍ରଥମ ବର୍ଷରେ ମୋଟ ୨୫୩ପ୍ରଶ୍ନ କରିଥିଲି । ସେଥିରୁ ୧୫୬ ପ୍ରଶ୍ନର ଉତ୍ତର ମିଳିଛି ।ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଏବଂ ଦାୟୀତ୍ୱ୧- ଅନୁସୂଚିତ ଜାତି ଜନଜାତି ବିଭାଗୀୟ କମିଟି ସଦସ୍ୟ୨- ଗୃହ କମିଟି ନିତୀ ନିରର୍ଦ୍ଧାରଣ କମିଟି ସଦସ୍ୟ ।୩- ପାଠାଗାର କମିଟି ସଦସ୍ୟ । ଶିକ୍ଷା- ପୂର୍ବ ୨୪ବର୍ଷର ସରକାରଙ୍କ ଅମଳରେ ରାୟଗଡ ସ୍ୱୟଂସାଶିତ ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରାଯାଇଥିବା କଥା କୁହାଯାଇଥିଲା । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏ ସବୁରେ ସତ ନଥିଲା । ତେୁଣ ବିଧାନ ସଭାରେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବୀ କରିଥିଲି । , ପୂର୍ବ ସରକାରଙ୍କ ଅମଳରେ ଶିକ୍ଷାର ବହୁ ପ୍ରଚାର କରାଯାଇଥିଲା । କିନ୍ତୁ ୩୦ଛାତ୍ରକୁ ଜଣେ ଶିକ୍ଷକ ଏହିୂ ଅନୁପାତକୁ ପୂରଣ କରାଯାଇ ନଥିଲା । ବିଧାନ ସଭାରେ ଏହି ପ୍ରଶ୍ନ ରଖିଥିଲି । ଗଣଶିକ୍ଷା ବିଭାଗର ଉତ୍ତର ପରେ କିଛି ମାତ୍ରାରେ ଏହି ସମସ୍ୟାର ସମାଧାନ ହୋଇଛି । ଆଗକୁ ଏହି ପ୍ରକ୍ରୀୟା ଜାରି ରହିବ । ଡ୍ରପଆଉଟ ରୋକିବା ।ସ୍ୱାସ୍ଥ୍ୟ-କାଶୀପୁର ଏବଂ ରାୟଗଡ ଠାରେ ସମ୍ପର୍ଣ୍ଣ ଭିତିଭୂମୀ ସହ ଦୁଇଟି ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ୧୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ପାଇଁଦୃଷ୍ଟିହୀନ ଶିଶୁଙ୍କ ବାର୍ଷିକ ୩୦୦ ଦିନର ଖାଦ୍ୟ ସହ ସମସ୍ତ ବ୍ୟବସ୍ଥା ସହ ଗୋଟିଏ ଛାତ୍ରବାସର ଏବଂ ଶିକ୍ଷାର ଭିତିଭୂମୀ ନିର୍ମାଣ ପାଇଁ ଦାବୀ ରଖାଯାଇଛି । ସରକାର ଅତ୍ୟନ୍ତ ଗମ୍ଭିରତାର ସହ ଗ୍ରହଣ କରିଛନ୍ତି । କୃଷି-ଶିତଳ ଭଣ୍ଡାରର ପ୍ରତିଶୃତି କଥା ଆପଣ ମାନଙ୍କୁ ଅଜଣା ନାହିଁ । କେତେ ଥର ଆପଣ ମାନେ ଖବର କାଗଜରେ ଲେଖିଛନ୍ତି ତାହା ମୁଁ ଜାଣିଛି । ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଶିତଳ ଭଣ୍ଡାର କଥା କହିକହି ୨୪ ଚାଲିଗଲା । ଶିତଳ ଭଣ୍ଡାର ଏକ ପ୍ରସଙ୍ଗ ହୋଇ ରହିଗଲା । ଅନ୍ତତ ପକ୍ଷେ ଆମ୍ବ ବହୁଳ କାଶୀପୁର ବ୍ଲକରେ ଗୋଟିଏ ଉଚ୍ଚ ମାନର ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଦାବୀ ରଖିଛି । ଚାଷ ପାଇଁ ଉତ୍ତମ ମାନର ବିହନ, ସଠିକ ସମୟରେ ଉପଯୋଗୀ ବିହନ ପ୍ରଦାନ, ଜଳସେଚନ ଭଳି ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ରଖାଯାଇଛି । କୃଷି,କୃଷକ ଓ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସମୟରେ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ସରକାରଙ୍କୁ ଅବଗତ କରିଛି । ଖେଳ-କ୍ରୀଡାର ବିକାଶ ପାଇଁ କ୍ରୀଡା ଛାତ୍ରାବାସ, ବିଭିନ୍ନ ପ୍ରକାର ଖେଳର ସମସ୍ତ ସୁବିଧା ସୁଯୋଗ ରଖି ଏକ ଉନ୍ନତ ମାନର ଖେଳ ପଡିଆ, ଏବଂ ଗୋଟିଏ ଛାତ୍ରାବାସ ପାଇଁ ଦାବୀ ରଖାଯାଇଛି । ଯଦ୍ୱାରା ଏହି ଜିଲାରୁ ଉତ୍ତମ ଖେଳାଳୀ ଜାତୀୟ ଅନ୍ତରଯାତୀୟ ସ୍ତରକୁ ଛୁଇଁପାରିବେ । ଭିତିଭୂମୀର ବିକାଶ ହେଲେ ପ୍ରତିଭାର ବିକାଶର ବିକାଶ ହୋଇପାରିବ । ସହର ମଧ୍ୟରେ ୧୩ଏକର ଜମି ଚିହ୍ନଟ କରାଯାଇଛି । ଅତିଶୀଘ୍ର ଫୁଟବଲ ଷ୍ଟାଡିୟମ ସହିତ ବିଭିନ୍ନ ଖେଳର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।ସାମାଜିକ ନ୍ୟାୟ- କାଶୀପୁର ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଏହି ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଯାହାକି ଝୋଡିଆଙ୍କ ନ୍ୟାର୍ଯ୍ୟ ଦାବୀ । ଏହାକୁ ଶୂନ୍ୟ କାଳରେ ଦାବୀ କରିଆସିଛି । ଆଗକୁ ଏହା ଆନ୍ଦୋଳନ ରୂପ ନେବ।ସାମ୍ବାଦିକ ରାଜ୍ୟରେ ଅସୁକ୍ଷିତ ଏବଂ କଣ ସୁବିଧା ଦିଆଯାଇଛି ବୋଲି ମୁଁ ପ୍ରଶ୍ନ କରିଥିଲି। ଗତ ସରକାର ସାମ୍ବାଦିକ ମାନଙ୍କ ପାଇଁ ୩ଟଙ୍କା ସୁଦ୍ଧରେ ଘର ଏବଂ ଚାରି ଚକିଆ ଗାଡ଼ି ଦେବା ପାଇଁ ଯାହା ଘୋଷଣା କରିଥିଲେ ତାହା ମିଛ ଥିଲା। ଜଣେ ସାମ୍ବାଦିକ ବାର୍ଷିକ ୫୦ ହଜାର ଟଙ୍କା ଆୟ ଥିଲେ ବ୍ଯାଙ୍କ ଋଣ ଦେବ। ଯାହା ସମ୍ବବ ନୁହେଁ। ଏନେଇ ଆପଣଙ୍କ ସହଯୋଗରେ ଜାରି ରହିବ ଆନ୍ଦୋଳନ।ବିକାଶ-ଜିଲାର ୪୩ଟି ଗ୍ରାମରେ ପାଦଚଲା ରାସ୍ତା, ଏବଂ ୫୬୪ଟି ଗାଁକୁ ସ୍ଥାୟୀ ରାସ୍ତା ନାହିଁ ।ଏବେ ବି ଆମ ଜିଲାରେ ୪୩ଟି ପାଦଚଲା ରାସ୍ତା ଏବଂ ୫୬୪ଟି ଗାଁକୁ ସ୍ଥାୟୀ ରାସ୍ତା ନାହିଁ । ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ରାୟଗଡ ନିର୍ବାଚନ ମଣ୍ଡଳୀ ରାୟଗଡ ବ୍ଲକରେ ୪ଟି ଗାଁକୁ ପାଦଚଲା ରାସ୍ତା ନାହିଁ୫୪ଟି ଗାଁକୁ ସ୍ଥାୟୀ ରସ୍ତା ନାହିଁ ।କେବଳ କାଶୀପୁର ବ୍ଲକରେ ୩୧ଗାଁକୁ ପାଦଚଲା ରସ୍ତା ନାହିଁ । ୧୩୪ ଗାଁକୁ ସ୍ଥାୟୀ ରାସ୍ତା ହୋଇପାରିଲା ନାହିଁ । ରାୟଗଡ ସହରରେ ନୂତନ ପ୍ଲାଇ ଓଭର ପାଇଁ ସରକାରଙ୍କ ପାଖରେ ଦାବୀ ରଖିଛି । ନିକଟରେ ଆପିଡିଏସି ବୈଠକରେ ଭବାନୀପାଟଣା ଠାରୁ ଚିଲିକାମପଲ୍ଲୀ ପର୍ଯ୍ୟନ୍ତ ଏକ ଅର୍ଥନୈତିକ କରିଡର ନିର୍ମାଣ ପାଇଁ ଦାବୀ ରଖିଥିଲି । ତାହା ମଞ୍ଜୁର ହୋଇଛି । ୪ଭାଗରେ ଏହା ମଞ୍ଜୁର ହୋଇଛି । କେରେଡା ଠାରୁ ରାୟଗଡ, ରାୟଗଡ ଠାରୁ ଚାଟିକଣା, ଚାଟିକଣା ଠାରୁ ଆମ୍ବାଦୋଳା ଏବଂ ମୁନିଗୁଡା ଠାରୁ ଭବାନୀପାଟଣା ଏହି କ୍ରମରେ ଏହାର ଟେଣ୍ଡରୁ ଆହ୍ୱାନ କରାଯାଇଛି । ଯଦ୍ୱାରା ରାୟଗଡ ଠାରୁୁ ବିଶାଖପାଟଣା ଯିବାପାଇଁ ହେଲେ ଆଉ ଆଗଭଳି ବିଳମ୍ବ ହେବନାହିଁ । ଜେସକୋ ଜମିରେ ବିକାଶ ନେଇ ଅତିଶିଘ୍ର ଜମି ହସ୍ତାନ୍ତର କରାଯିବ । ଯଦ୍ୱାରା ବିଭିନ୍ନ ପ୍ରକାର ବିକାଶ ପାଇଁ ଆଉ ଜମି ବାଧକ ହେବନାହିଁ । ଏ ନେଇ ବିଧାନ ସଭାରେ ମଧ୍ୟ ପ୍ରସଙ୍ଗ ଉଠାଇଛି । ଘରବାରୀ ପଟ୍ଟା ପାଇଁ ବିଧାନ ସଭାରେ ପ୍ରଶ୍ନ ପରେ ଆସିଲା ରାଜସ୍ୱ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି । ଯଦି ଜଣେ ଜଙ୍ଗଲ ଜମିକୁ ନିଜ ଅଧିନରେ ରଖିଥାଏ ତେବେ ତାକୁ ତୁରନ୍ତ ପଟା ଦେବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦିକାନ୍ଦି ଗତ ସରକାର ଚାଲିଗଲେ । ଜନବହୁଳ ଏବଂ ବହୁତଳ ବିଶିଷ୍ଟ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦିବ୍ୟାଙ୍ଗଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା କରିବା ପାଇଁ ଦାବୀ ରଖାଯାଇଛି । ପୌରପରିଷଦର ବିକାଶ କ୍ରମରେ ରାସ୍ତାଘାଟ, ପାନୀୟ ଜଳ ଏବଂ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାପାଇଁ ସରକାରଙ୍କ ପାଖରେ ବିଧାନ ସଭାରେ ପ୍ରଶ୍ନ କରିଛି । ବିପଦ ପୂର୍ଣ୍ଣ ମିନି ପାର୍କର ପୁନରଉଦ୍ଧାର ଏବଂ ପରିଚାଳନା ।ରେଳ ବିଭାଗ ଦ୍ୱାରା ଜମିରେ ଥିବା ସମସ୍ତ ପରିବାରକୁ ପ୍ରଥମେ ଥଇଥାନ ପରେ ବିସ୍ତାପନସମୁହ ବୃକ୍ଷ ରୋପଣଜିଲ୍ଲାରେ ସାଧାରଣ ଲୋକଙ୍କ ଅଭିଯୋଗ ବିଷୟରେ ଗତ ମାର୍ଚ୍ଚ ମାସରେ ସରକାରଙ୍କୁ ପ୍ରଶ୍ନ କରିଥିଲି। ୨୦୨୪ ଆର୍ଥିକ ବର୍ଷରେ ୫୧୧୪ ଅଭିଯୋଗ ଗ୍ରହଣ କରାଯାଇଛି ସେ ମଧ୍ୟରୁ ୪୮୦ଟି ବିଚାରାଧୀନ ରହିଛି।ସବୁଠାରୁ ଦୁର୍ଭାଗ୍ୟ କଥା ବର୍ତ୍ତମାନ ବିଜ୍ଞାନ ଯୁଗ ସମସ୍ତ ହାତରେ ଇଣ୍ଟରନେଟ ରହିଛି। ଇମେଲ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ କରିଥିବା ଅଭିଯୋଗ ସଂଖ୍ୟା ଶୂନ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଦେଇଥିଲେ। ତାହା ହେଲେ ଜିଲ୍ଲାରେ ଇମେଲ ଅଭିଯୋଗ ଗୁଡିକ ସମାଧାନ କରାଯାଉନାହିଁ। ଏନେଇ ମୁଁ ପୁଣି ଅଭିଯୋଗ କରିବି ମୁଖ୍ୟମନ୍ତ୍ରୀଙ୍କୁ।ମହିଳା ମାନଙ୍କ ଆର୍ଥକ ଅଭିବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣଶ୍ରମ କାର୍ଯ୍ୟାଳୟରେ ଦୁର୍ଣ୍ଣିତିର ସମ୍ପୂର୍ଣ୍ଣ ତଦନ୍ତ କରିବା ସହ ଦୋଷୀଙ୍କ ଠାରୁ ଲୋକଙ୍କ ଟଙ୍କାକୁ ଅସୁଲି କରିବା, କେଉଁକେଉଁ କାର୍ଯ୍ୟରେ ଏହି ଟଙ୍କା ବିନିଯୋଗ ହୋଇଛି ତାର ହିସାବ ଲୋକଙ୍କ ଆଗରେ ରଖିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣଚଇତି ମହୋତ୍ସବରେ ଦୁର୍ନୀତି କଥା ଗୋଟିଏ ବର୍ଷରେ ଚଇତି ଟଙ୍କାର ହିସାବ ରାୟଗଡ ଜିଲା ପ୍ରଶାସନ ତିନି ପ୍ରକାର ହିସାବ ଦେଇଛନ୍ତି । ଭରା ସଭାରେ ଜିଲାପାଳଙ୍କ ଉପସ୍ଥିତିରେ ଗୋଟିଏ ପ୍ରକାର , ସଚିବଙ୍କ ଉତ୍ତରରେ ଅନ୍ୟ ପ୍ରକାର ଏବଂ ମନ୍ତ୍ରୀଙ୍କୁ ଦେଇଥିବା ତଥ୍ୟରେ ଗୋଟିଏ ପ୍ରକାର । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ସେ ନେଇ ସରକାରଙ୍କୁ ପ୍ରଶ୍ନ କରଯାଇଛି । କିନ୍ତୁ ଉତ୍ତର ମିଳିନାହିଁ ହରାୟଗଡରେ ଚାଲିଥିବା ବେଆଇନ ନିଶା କାରବାର ଉପରେ ବିଭାଗ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ଆଲୋଚନା ହୋଇଛି । ୧ଲକ୍ଷ ୮୦ହଜାର ଟଙ୍କାରେ ଗୋଟିଏ ବସ୍ତା ସିମେଣ୍ଟ କିଣା ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରଶ୍ନ କରାଯାଇଛି । ରାୟଗଡା ସହରେ ସୁରକ୍ଷା ଦୃଷ୍ଟିରୁ ଯେଉଁ ସମସ୍ୟା ରହିଛି ସେନେଇ ରାଣିଗୁଡା ଫାର୍ମରେ ଆଦର୍ଶ ମହିଳା ଥାନା।ସାଈପ୍ରିୟା ନଗର ଏବଂ କାରୁବାଈ ଠାରେ ନୂତନ ଥାନା।ରହିତ କଲୋନୀ ଠାରେ ପୋଲିସ ଫାଣ୍ଡି ନେଇ ଡିଜିପିଙ୍କ ସହିତ ଆଲୋଚନା ସରିଛି।ଅଗାମୀ ଦିନରେ ରାୟଗଡ ସହରରେ ଜଳ ଅଭାବ ସ୍ଥିତି ସଙ୍ଗୀନ ହେବ । ଏକ ଝଞ୍ଜାବତୀ ନଦୀ ହିଁ ଭରଷା । ତେଣୁ ଝଞ୍ଜାବତୀ ନଦୀର ସୁରକ୍ଷା ଆସନ୍ତା ବଷରେ ଆପଣଙ୍କ ସହଯୋଗ ଆବଶ୍ୟକ । ଏହା ସହିତ ନାଗାବଳୀ ନଦୀ ନେଇ ମୁଖ୍ୟମନ୍ତ୍ରୀ ଲିଖିତ ଦେଇଛନ୍ତି କଲ୍ଯାଣସଂହପୁର ଭେଜା ଗ୍ରାମରେ ଲୋୟର ନାଗାବଳୀ ନଦୀବନ୍ଧ ପ୍ରକଳ୍ପ କରାଯିବା ପାଇଁ ଯୋଜନା କରାଯାଇଛି ବୋଲି କହିଛନ୍ତି। ବିଧାୟକ ପାଣ୍ଠି ୩କୋଟିଶିକ୍ଷା, ଗମନା ଗମନ ଭିତିଭୂମୀର ବିକାଶ, ପାନୀୟ ଜଳ ଏବଂ ଆଲୋକି କରଣରେ ବ୍ୟୟ କରାଯାଇଛି । ଆଗମୀ ଦିନରେ ଜିଲାରେ ଆହୁରି ଅନେକ କଳ କାରଖାନା ପ୍ରତିଷ୍ଟା ହେବ । ତେଣୁ ଭବାନୀ ପାଟଣା ଠାରୁ ଚିଲିକାପାଲେମ ଭାୟା ରାୟଗଡ ଦେଇ ଅର୍ଥନୌତିକ କରିଡର ପ୍ରାୟ ୭୪୦ କୋଟି ଟଙ୍କାର ଆରପିଡିଏସି ବୈଠରେ ଦେଇଥିବା ପ୍ରାସ୍ତାବ ଅନୁମୋଦିତ । ବିଜ୍ଞପ୍ତି ପ୍ରକ୍ରୀୟା ଶେଷ ହୋଇଛି ।ବର୍ତ୍ତମାନ ନୂଆ ବସଷ୍ଟାଣ୍ଡକୁ ରୟତ କୋଲନୀ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରସ୍ତାବ ରଖିଛି । ବିଧାନସଭାରେ ଉପସ୍ଥାପନ୯୬ ପ୍ରତିଶତସାଙ୍ଗଠନିକ ଏବଂ ରାଜନୈତିକ ଦାୟୀତ୍ୱରାଜ୍ୟ ସାଧାରଣ ସମ୍ପାଦକଗଜପତି. ଫୁଲବାଣୀ,ସୋନୁପୁର, କନ୍ଧମାଳ, ବୌଦ୍ଧ, ଏବଂ ରାୟଗଡ ଜିଲା ସହ ପ୍ରଭାରୀ ଦାୟିତ୍ୱରେ ରହିଛିମୁଁ ବି ଜଣେ ମଣିଷ କର୍ମକ୍ଷେତ୍ରରେ ଭୂଲତୃଟି ନିଶ୍ଚିତ ରହିବ। ବିକାଶକୁ ନେଇ ଯେକୌଣସି ମୁହୁର୍ତ୍ତରେ ମୋ ସହିତ ଆପଣ ମାନେ ଯୋଗାଯୋଗ କରି ସହଯୋଗ କରନ୍ତୁ ରାୟଗଡ଼ା ଜିଲ୍ଲାର ବିକାଶରେ ଆପଣଙ୍କ ଆବଶ୍ୟକ ରହିଛି। ଯଦିଓ କୈଣସି ଭୂଲ ତୃଟି ଥିଲେ କ୍ଷମା କରିନେବେ।🙏

Leave a Reply

Your email address will not be published. Required fields are marked *