ଯାତ୍ରୀ ବିଶ୍ରାମାଗାର କୁ ଧକ୍କା ଦେଲା ଯାତ୍ରୀବାହି ବସ୍, ଡ଼୍ରାଇଭର ମୃତ।ଦିଗପହଣ୍ଡି ଥାନା ଅର୍ନ୍ତଗତ ଲକ୍ଷ୍ମୀ ନାରାୟଣ ପୁର ଛକରେ ଥିବା ଏକ ଯାତ୍ରୀ ବିଶ୍ରାମାଗାର କୁ ବୀଣାପାଣି ନାମକ ଘରୋଇ ବସ ଦୁର୍ଘଟଣା ର ସମ୍ମୁଖୀନ ହୋଇଛି। ଯାହା ଫଳରେ ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଛି । ଦୁର୍ଘଟଣା ଏତେ ଭୟଙ୍କର ଯେ ଯାତ୍ରୀ ବିଶ୍ରାମାଗାର ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି କହିଲେ ଚଳିବ।ଚାପି ହୋଇ ରହିଥିବା ଡ୍ରାଇଭର କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଦିଗପହଣ୍ଡି ଡାକ୍ତରଖାନାର ଡାକ୍ତର ଡ୍ରାଇଭରକୁ ମୃତ ଘୋଷଣା କରିଛନ୍ତି |ଖବର ପାଇ ଦିଗପହଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀ ଙ୍କ ସହାୟତା ରେ ଡ୍ରାଇଭରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଦୁର୍ଘଟଣାଗସ୍ତ ବସ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
