କାଜୁ ଚାଷ ପାଇଁ ସଂକଟରେ ପ୍ରକୃତି l

କାଜୁ ଚାଷ ପାଇଁ ସଂକଟରେ ପ୍ରକୃତି l

ଆରଉଦୟଗିରି(ମନୋଜ କୁମାର ପାଢୀ/୨୮/୫/ – ବୃକ୍ଷ ହିଁ ଜୀବନ, ବୃକ୍ଷ ପାଇଁ ହିଁ ଜୀବଜଗତ ସୁରକ୍ଷିତ ହୋଇ ରହିଛନ୍ତି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ ବୃକ୍ଷରୁ ହିଁ ମିଳିଥାଏ l ତେଣୁ ସାରା ବିଶ୍ୱର ଦେଶ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି lକିନ୍ତୁ ଓଡ଼ିଶାର ଗଜପତି ଜିଲ୍ଲାର କଥା କହିବା ତାହାହେଲେ ତାହାର ବିପରୀତ ଘଟଣା ଦେଖିବାକୁ ମିଳୁଛି l ଏଠି ନୂତନ ବନିକରଣ ଓ ବନସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର କୋଟି କୋଟି ଅର୍ଥ ବ୍ୟୟ କରିଆସୁଥିବା ବେଳେ ପାରଳାଖେମୁଣ୍ଡି ବନଖଣ୍ଡ ରାମଗିରି ବନାଞ୍ଚଳର ଶିଆଳିଲଟି ମହେନ୍ଦ୍ରଗଡ଼ ଓ ରା.ଉଦୟଗିରି ବନାଞ୍ଚଳ ଓ ମୋହନା ବନାଞ୍ଚଳରେ ଦିନ ଦ୍ବିପହରରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ସବୁ କାଟି କାଜୁଗଛ ଲଗାଉଛନ୍ତି ଚାଷୀ l ଯାହାକି ଝିଣ୍ଟିକା ମାରି ବଣୀ ପୋଷିବା ସଦୃଶ ହୋଇଛି ।ଦିନ ଥିଲା ଏହି ଅଂଚଳ ଜଙ୍ଗଲ ମାନଙ୍କରେ ବିଭିନ୍ନ ମୂଲ୍ୟବାନ ଗଛ ଯେପରିକି ଶାଗୁଆନ, ପିଆଶାଳ, ସିଶୁଆ ,ନିମ୍ବ ଗଛ, ଆମ୍ବ ଗଛ, ପଣସ ଗଛ ଭଳି ବହୁ ମୂଲ୍ୟବାନ ଗଛ ସବୁ ଥିଲା l ଆଜି କିନ୍ତୁ ତାହା ଟାଙ୍ଗରା ଭୂମି ରେ ପରିଣତ ହୋଇଛି ।ସବୁଜ,ସୁନ୍ଦର, ଓ ସୁସ୍ଥ ପରିବେଶ ଥିଲା l କିନ୍ତୁ ଆଜିର ଏହି ସ୍ୱାର୍ଥପର ମଣିଷ କିଛି ଟଙ୍କା ପାଇବା ଓ ନିଜର ଦଖଲରେ କରିବା ଆଶାରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ସବୁ କାଟିବା ସହ ଜଙ୍ଗଲ ସଫା କରି କାଜୁଗଛ ଲଗାଉଛନ୍ତି l ଯାହା ଫଳରେ ଜଙ୍ଗଲ ମାନଙ୍କରେ ବନ୍ୟଜନ୍ତୁଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସହ ଦିନକୁ ଦିନ ଅଂଚଳ ରେ ତାପମାତ୍ରା ବୃଦ୍ଧି ପାଇବାସହ ଜଳ ସଙ୍କଟ ଦେଖିବାକୁ ମିଳୁଛି l ଏପରିକି ଅନେକ କ୍ଷେତ୍ରରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ବନ ବିଭାଗ ଏକ୍ଷେତ୍ରରେ ଅର୍ଥ ପିପାସୁ ଲୋକଙ୍କ ଉପରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ହାତ ଉପରେ ହାତ ଦେଇ ନିରବ ଦ୍ରଷ୍ଟା ସାଜୁଛି l ରାମଗିରି ବନାଞ୍ଚଳରେ ପ୍ରତି ଗଛ ଲଗାଵା ନାମ ଲକ୍ଷ ଲକ୍ଷ ଟଙ୍କା ଖଚ କରି ଜଙ୍ଗଲ ସୃଷ୍ଟି କରାଯାଉଛି ବୋଲି କାଜୁ ପତ୍ର ଦେଖାଉଛନ୍ତି । ପ୍ରକୃତ ସେହିପରି ଏହି ଅଞ୍ଚଳରେ କିଛି ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରୁଥିବା ଦେଖିବାକୁ ମିଳୁନି ।

Leave a Reply

Your email address will not be published. Required fields are marked *