ବିପୁଳ ପରିମାଣ ର ଗଞେଇ ଜବତ, ଚାଲାଣକାରୀ ଗିରଫ।
ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଆସ୍କା ଥାନା ଅଧିକାରୀ କୁଳମଣି ସେଠୀ ଓ ଏସ୍ ଡି ପି ଓ ସନ୍ତୋଷ କୁମାର ଯେନା କାଳଷଣ୍ଢପୁର ନିକଟସ୍ଥ ପାଟଳିଗୁଡା ଗ୍ରାମର ଏକ ଫର୍ଣିଚର୍ ଦୋକାନ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି କୁ ଅଟକାଇ ଯାଞ୍ଚ କରିଥିଲେ।ସେହି ଗାଡ଼ି ଭିତରୁ ୧୩ ଟି ବସ୍ତାରେ ୪ କୁଇଣ୍ଟାଲ୍ ରୁ ଅଧିକ ଗଞେଇ ମହଜୁଦ ଅଛି। ଉକ୍ତ ଗଞେଇ ସବୁ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରୁ ବ୍ରହ୍ମପୁର କୁ ଚାଲାଣ ହେଉଥିବା ଚାଲାଣକାରୀ ପି ମୋହନ ପ୍ରକାଶ କରିଛି। ଚାଲାଣକାରୀ ମୋହନ ର ଘର ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ଚଢେଇମରା ବୋଲି ଜଣାପଡିଛି। ଆସ୍କା ପୋଲିସ ଗଞେଇ ଜବତ କରି ମୋହନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
