ପାରିବାରିକ ହିଂସା ରେ ବଡ଼ଭାଇ କୁ ହତ୍ୟା ଉଦ୍ୟମ,ସାନ ଭାଇ ଫେରାର ହିଞ୍ଜିଳି ଥାନା ଅର୍ନ୍ତଗତ ଆଙ୍କୋରଡା ଗ୍ରାମର ବିଜୟ ନାହାକ ନାମକ ଜଣେ ଯୁବକ ନିଜ ବୋଉ ସୁଷମା ସହ କଥାବାର୍ତା ହେଉଥିବା ବେଳେ ସାନଭାଇ ହଠାତ୍ ପହଞ୍ଚି ଉଭୟ ଭାଇ ଓ ବୋଉକୁ ଅଶାଳୀନ ମନ୍ତବ୍ୟ ରେ ଗାଳି କରିଥିଲା। ଆପତ୍ତି କରିବାରୁ ଏକ ଧାରୁଆ ଅସ୍ତ୍ରରେ ବଡ଼ଭାଇ କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରୁଥିବା ବେଳେ ଭାଉଜ ଆସି ନପାରିବାକୁ ଅନୁରୋଧ କରିବାରୁ ପୁଣି ଆସି ଜୀବନ ରେ ମାରିଦେବି କହି ଘଟଣାସ୍ଥଳରୁ ସାନଭାଇ ଫେରାର ହୋଇଯାଇଥିଲା।ବିଜୟ ର ପୁତୁରା ଗୁରୁତର ବିଜୟ କୁ ଉଠାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। କିନ୍ତୁ ଏହି ବିଷୟରେ ଥାନା ରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

